ଇସ୍ପାତ ପ୍ଲାଣ୍ଟ୍‌ ଦ୍ୱାରା ଅକ୍ସିଜେନ୍‌ ଯୋଗାଣର ସମୀକ୍ଷା କଲେ ଧର୍ମେନ୍ଦ୍ର

Advertisment
ଇସ୍ପାତ ପ୍ଲାଣ୍ଟ୍‌ ଦ୍ୱାରା ଅକ୍ସିଜେନ୍‌ ଯୋଗାଣର ସମୀକ୍ଷା କଲେ ଧର୍ମେନ୍ଦ୍ର

zeebiz.com

ଭୁବନେଶ୍ୱର : କୋଭିଡ-୧୯ର ସଙ୍କଟ ସମୟରେ ଦେଶରେ ଇସ୍ପାତ ପ୍ଲାଣ୍ଟ ଦ୍ୱାରା ଉତ୍ପାଦିତ ଲିକୁଇଡ୍ ମେଡିକାଲ ଅକ୍ସିଜେନ(ଏଲ୍‌ଏମ୍‌ଓ)ର ଯୋଗାଣ ଓ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ନିଆଯାଉଥିବା ପଦକ୍ଷେପ ଉପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମୀକ୍ଷା କରିଛନ୍ତି। ଏଥିରେ ଇସ୍ପାତ ମନ୍ତ୍ରଣାଳୟ ଓ ଷ୍ଟିଲ ରାଷ୍ଟ୍ରାୟତ ଉଦ୍ୟୋଗ(ପିଏସ୍‌ୟୁ) ଗୁଡ଼ିକର ଅଫିସରମାନେ ଯୋଗ ଦେଇଥିଲେ। ବୈଠକରେ ଘରୋଇ ଇସ୍ପାତ ପାଇଁ ମୂଲ୍ୟ, ଇସ୍ପାତର ଆମଦାନୀ ଓ ରପ୍ତାନୀ, ଇସ୍ପାତ ପ୍ରସ୍ତୁତ ପାଇଁ ଆସୁଥିବା କଞ୍ଚମାଲର ସୁରକ୍ଷା ନେଇ ଆଲୋଚନା କରାଯାଇଥିଲା। ଏହି ଅବସରରେ ଶ୍ରୀ ପ୍ରଧାନ ଅଫିସରମାନଙ୍କୁ ଇସ୍ପାତ କ୍ଷେତ୍ରରେ ଭାଲ୍ୟୁ ଆଡିସନ୍‌କୁ ପ୍ରୋତ୍ସାହିତ କରିବା, ଠିକ୍ ମୂଲ୍ୟ ନିର୍ଦ୍ଧାରଣ ଏବଂ କଞ୍ଚାମାଲର ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe