ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଧର୍ମେନ୍ଦ୍ର

Advertisment

ସବୁ ଦଳର ନେତାଙ୍କୁ ନେଇ ଗଠନ ହେଉ ‘କୋଭିଡ୍ କ୍ରାଇସିସ୍‌ ମ୍ୟାନେଜମେଣ୍ଟ କମିଟି’

ସବୁ ଦଳର ନେତାଙ୍କୁ ନେଇ ଗଠନ ହେଉ ‘କୋଭିଡ୍ କ୍ରାଇସିସ୍‌ ମ୍ୟାନେଜମେଣ୍ଟ କମିଟି’

ନିରପେକ୍ଷ କହିଲେ ହେବନାହିଁ, କାମରେ ଦେଖାଇବାକୁ ହେବ : ଧର୍ମେନ୍ଦ୍ର

The Indian Express

ଭୁବନେଶ୍ୱର : ଓଡ଼ିଶାରେ କୋଭିଡ୍‌ର ଠିକ୍ ମୁକାବିଲା କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିଛନ୍ତି। ଗାଁ ଓ ୱାର୍ଡ ସ୍ତରରେ କୋଭିଡ୍‌ର ମୁକାବିଲା ପାଇଁ 'କୋଭିଡ୍ କ୍ରାଇସିସ୍‌ ମ୍ୟାନେଜମେଣ୍ଟ କମିଟି' ଗଠନ କରିବା ପାଇଁ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଛନ୍ତି। ସେହି କମିଟିରେ ସମସ୍ତ ରାଜନୈତିକ ଦଳର ନେତାଙ୍କୁ ନେଇ ସାମିଲ୍‌ କରିବାକୁ ସେ କହିଛନ୍ତି।

ଓଡ଼ିଶାରେ କିପରି ଟିକା ଉପଲବ୍ଧି ହୋଇପାରିବ ସେ ନେଇ କେନ୍ଦ୍ର ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଅବଗତ କରାଇଥିଲେ। ରାଜ୍ୟକୁ କିପରି ଟିକା, ରେମଡେସିଭର ଔଷଧ, ରାପିଡ଼୍ ଆଣ୍ଟିଜେନ୍ ଟେଷ୍ଟ କିଟ୍ ଅଧିକରୁ ଅଧିକ ଯୋଗାଯାଇ ପାରିବ, ସେ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଓ କେନ୍ଦ୍ର ମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କ ସହ କଥା ହୋଇଛନ୍ତି ବୋଲି ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ।

ଆଲୋଚନା ସମ୍ପର୍କରେ ଟ୍ବିଟ୍‌ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ୧୫ ଦିନ ଆମ ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜିଂ ସମୟ ରହିବ। ତେଣୁ ତୃଣମୂଳ ସ୍ତରରେ କୋଭିଡର ମୁକାବିଲାରେ ସମାଜର ପ୍ରତିଷ୍ଠିତ ବ୍ୟକ୍ତି, ସ୍ୱେଚ୍ଛାସେବୀ ତଥା ସମସ୍ତ ରାଜନୈତିକ ଦଳର ନେତାଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି। ଏହା ସହ କୋଭିଡ୍‌ ମୁକାବିଲା ତଥା ଠିକ୍ ପରିଚାଳନା ପାଇଁ କୋଭିଡ୍ କ୍ରାଇସିସ ମ୍ୟାନେଜମେଣ୍ଟ୍‌ କମିଟି ଗଠନ ପାଇଁ କହିଛି। ବର୍ତମାନ କୋଭିଡ୍ ମହାମାରୀର ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ରାଜ୍ୟ ସରକାରଙ୍କୁ ଯଥାସମ୍ଭବ ସହଯୋଗ କରିବା ପାଇଁ ପଦକ୍ଷେପ ନେଉଛନ୍ତି। ମିଳିତ ସହଯୋଗ ଓ ସମନ୍ୱୟ ବଳରେ ଓଡ଼ିଶା ଓ ଭାରତ ଏହି ମହାମାରୀ ବିରୋଧୀ ଲଢ଼େଇରେ ବିଜୟୀ ହୋଇପାରିବ। ଆମେ ଏକାଠି ହୋଇ ଜିତିପାରିବା।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଛି ଦିନ ତଳେ ଓଡ଼ିଶାରେ ପରିଚାଳିତ କେନ୍ଦ୍ରୀୟ ରଷ୍ଟ୍ରାୟତ୍ତ ଉଦ୍ୟୋଗ(ପିଏସ୍‌ୟୁ)ଗୁଡ଼ିକର ମୁଖ୍ୟ, ରାଜ୍ୟ ସରକାରଙ୍କ ଅଧିକାରୀ, ସ୍ୱାସ୍ଥ୍ୟ ସଂଗଠନ, ବ୍ୟାଙ୍କିଙ୍ଗ୍‌ ଓ ରେଳ କ୍ଷେତ୍ରର ପ୍ରମୁଖ ଅଧିକାରୀଙ୍କ ସହ କଥା ହୋଇ ରାଜ୍ୟରେ ଟେଷ୍ଟିଂ, ଭେଣ୍ଟିଲେଟର, ଟିକାକରଣ ଓ ଅକ୍ସିଜେନ ବ୍ୟବସ୍ଥା ବଢ଼ାଇବା ସହ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେବାକୁ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe