୪ଟି ଜିଲ୍ଲାର ଟିବି ଆକ୍ରାନ୍ତଙ୍କ ଦାୟିତ୍ୱ ନେଲେ ଧର୍ମେନ୍ଦ୍ର

Advertisment

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ ସମ୍ବଲପୁର, ଦେବଗଡ଼, ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାର ୭୨ଜଣ ଟିବି ପୀଡ଼ିତଙ୍କୁ ପୁଷ୍ଟି କିଟ୍ ଦିଆଗଲା

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ ସମ୍ବଲପୁର, ଦେବଗଡ଼, ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାର ୭୨ଜଣ ଟିବି ପୀଡ଼ିତଙ୍କୁ ପୁଷ୍ଟି କିଟ୍ ଦିଆଗଲା

ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଭାରତକୁ ୨୦୨୫ ସୁଦ୍ଧା ସଂପୂର୍ଣ୍ଣ ଭାବରେ ଟିବି ମୁକ୍ତ କରିବା ପାଇଁ ‘ଟିବି ମୁକ୍ତ ଭାରତ ଅଭିଯାନ’ରେ ସାମିଲ ହେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଏହି ପୃଷ୍ଠଭୂମିରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରାଜ୍ୟର ୪ଟି ଜିଲ୍ଲା ସମ୍ବଲପୁର, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳର ଟିବି ଆକ୍ରାନ୍ତଙ୍କ ଦାୟିତ୍ବ ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ସରକାରୀ ସ୍ତରରେ ପଞ୍ଜୀକୃତ ହୋଇଥିବା ୭୨ ଜଣ ଟିବି ଆକ୍ରାନ୍ତଙ୍କୁ ରୋଗରେ ପୀଡ଼ିତ ଭାଇ ଭଉଣୀଙ୍କୁ ପୁଷ୍ଟି କିଟ୍ ପ୍ରଦାନ କରିଛନ୍ତି। ଏହି ଜିଲ୍ଲାରେ ଟିବି ରୋଗରେ ପୀଡ଼ିତଙ୍କୁ ଶ୍ରୀ ପ୍ରଧାନ ବ୍ୟକ୍ତିଗତ ଭାବେ ମାସିକ ପୁଷ୍ଟି କିଟ୍ ପ୍ରଦାନ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟିବି ପୀଡ଼ିତଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନରେ ଦେଶକୁ ୨୦୨୫ ସୁଦ୍ଧା ସଂପୂର୍ଣ୍ଣ ଭାବରେ ଟିବି ମୁକ୍ତ କରିବା ପାଇଁ ସରକାର ସଂକଳ୍ପବଦ୍ଧ। ‘ଅନ୍ତୋଦୟ’ ଅଭିଯାନର ଅଂଶସ୍ୱରୂପ ‘ଟିବି ମୁକ୍ତ ଭାରତ ଅଭିଯାନ’ ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସାରା ଦେଶରେ ଆରମ୍ଭ ହୋଇଛି। ଚଳିତ ସେପ୍ଟେମ୍ବର ୯ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‘ଟିବି ମୁକ୍ତ ଭାରତ ଅଭିଯାନ’ର ଶୁଭାରମ୍ଭ କରିବା ସହ ଏଥିରେ ସାମିଲ ହେବା ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ।

ଏହି ଅଭିଯାନରେ ଟିବି ପୀଡ଼ିତ ଭାଇ ଓ ଭଉଣୀଙ୍କୁ ସାହାଯ୍ୟ କରିବା ପାଇଁ ଗୋଟିଏ ପୋର୍ଟାଲ ନିରନ୍ତର କାମ କରୁଛି। ଆଧୁନିକ ଚିକିତ୍ସା ବଳରେ ଟିବିର ସଂପୂର୍ଣ୍ଣ ବିଲୋପ କରାଯାଇପାରିବ। ଏଥିପାଇଁ ରୋଗୀଙ୍କୁ ଧୈର୍ଯ୍ୟ ଧରି ସାହସର ସହ ଏହି ରୋଗର ମୁକାବିଲା କରିବାକୁ ପଡ଼ିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପୀଡ଼ିତଙ୍କ ଆଶୁ ଆରୋଗ୍ୟ ଓ ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ଲାଭ ସହ ପାରିବାରିକ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛି ବୋଲି ଶ୍ରୀ ପ୍ରଧାନ ଟ୍ବିଟ୍ କରି କହିଛନ୍ତି। ଏହାବ୍ୟତିତ ଆଗାମୀ ଦିନରେ ଏହି ୪ ଜିଲ୍ଲାରେ ଥିବା ଟିବି ଆକ୍ରାନ୍ତଙ୍କ ପାଖରେ ପୁଷ୍ଟି କିଟ୍ ପହଞ୍ଚିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe