ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ ଧର୍ମେନ୍ଦ୍ର: ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ଉପରେ ଗୁରୁତ୍ବ

Advertisment

ଭଦ୍ରକରେ ବାତ୍ୟା ବିପନ୍ନଙ୍କ ସହ କଥା ହେଲେ

ଭଦ୍ରକରେ ବାତ୍ୟା ବିପନ୍ନଙ୍କ ସହ କଥା ହେଲେ

ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ ଧର୍ମେନ୍ଦ୍ର: ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ଉପରେ ଗୁରୁତ୍ବ

ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା 'ୟାସ୍‌' ଦ୍ୱାରା ପ୍ରଭାବିତ ଅଞ୍ଚଳକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଆକାଶମାର୍ଗରୁ ପରିଦର୍ଶନ କରିଛନ୍ତି। ପାରାଦୀପ, ଆଳି, ରାଜନଗର, ବାସୁଦେବପୁର, ଚାନ୍ଦବାଲି ଓ ଧାମରା ଅଞ୍ଚଳ ଅନୁଧ୍ୟାନ କରିବା ସହ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିପନ୍ନଙ୍କ ସହ କଥା ହୋଇଥିଲେ। ଏହି ଅବସରରେ ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ପାଇଁ ଏକ ଦୂରଦର୍ଶୀ ବିସ୍ତୃତ ଯୋଜନାର ଆବଶ୍ୟକତା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ବାରୋପ କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ପ୍ରଥମେ ଏହି ସବୁ ଅଞ୍ଚଳକୁ ଆକାଶମାର୍ଗରୁ ସ୍ଥିତି ପରଖିବା ପରେ ଧାମରା ବନ୍ଦରସ୍ଥିତ ହେଲିପ୍ୟାଡ୍‌ରେ ଅବତରଣ କରିଥିଲେ। ପରେ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଭଦ୍ରକ ଜିଲ୍ଲା ଦୋସିଙ୍ଗା ଗ୍ରାମପଞ୍ଚାୟତର ସମିପାଟିଆ, ଓରାମାଳ, ଜାଗୁଳା ଗ୍ରାମପଞ୍ଚାୟତର ପାଇକ ସାହି ଏବଂ ଧାମରା ଗ୍ରାମପଞ୍ଚାୟତର ଝାଡ଼କାଟି ସମେତ ଅନେକ ଗାଁ ପ୍ରତ୍ୟକ୍ଷ ଭାବେ ବୁଲି ଦେଖିବା ସହ ବାତ୍ୟା ବିପନ୍ନଙ୍କଠାରୁ ପରିସ୍ଥିତି ସମ୍ପର୍କରେ ବୁଝିଥିଲେ। ଏହା ପରେ ଗଣମାଧ୍ୟକୁ ଶ୍ରୀ ପ୍ରଧାନ କହିଥିଲେ ଯେ ବାତ୍ୟାର ସିଧାସଳଖ ପ୍ରଭାବ ଭଦ୍ରକ ଜିଲ୍ଲା ଉପରେ ପଡ଼ିଥିଲା। ଦୁଇ ଦିନ ତଳେ ଆକାଶମାର୍ଗରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭଦ୍ରକ ଜିଲ୍ଲା ସମେତ ଅନ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନ କରିଥିଲି। ଆଜି ଦୋସିଙ୍ଗା ପଞ୍ଚାୟତର ବିଭିନ୍ନ ଅଞ୍ଚଳକୁ ପ୍ରତ୍ୟକ୍ଷ ଭାବେ ପରିଦର୍ଶନ କଲି। ଲୋକମାନଙ୍କ ସହ କଥା ହେବା ସମୟରେ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ବୁଝିଲି। ଲୋକମାନେ ଏବେ ବି ପାଣି ଘେରରେ ବନ୍ଦୀ ହୋଇ ବହୁତ ଦୁଃଖ କଷ୍ଟରେ ରହିଥିବା ବେଳେ ଅନେକ ଚାଷ ଜମି ନଷ୍ଟ ହୋଇଯାଇଛି। ତେବେ ପ୍ରଭାବିତ ଗ୍ରାମାଞ୍ଚଳରେ ଅଧିକ କଲଭର୍ଟ୍ ତିଆରି କରାଗଲେ ପାଣିର ଶୀଘ୍ର ନିଷ୍କାସନ ହୋଇପାରିବ ଏବଂ ସ୍ଥାୟୀ ଭାବରେ ଲୋକମାନେ ଆଉ ପାଣି ଘେରରେ ରହିବେନି ବୋଲି ସେ କହିଥିଲେ।

ପ୍ରଭାବିତ ଅଞ୍ଚଳ ଗସ୍ତ ଅବସରରେ ଶ୍ରୀ ପ୍ରଧାନ ବାତ୍ୟା ପ୍ରଭାବିତ ଲୋକଙ୍କୁ ରନ୍ଧା ଖାଦ୍ୟ ପରଷିବା ସହ ପଲିଥିନ, ରିଲିଫ୍ ଓ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରିଥିଲେ। ଆଜି କେନ୍ଦ୍ର ମନ୍ତ୍ରୀ ବାତ୍ୟା ପ୍ରଭାବିତ ବାଲେଶ୍ୱର ଜିଲ୍ଲାର ତ୍ରିକୋଣିଆ ଏବଂ ସାରଥା ଗ୍ରାମପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ ବିପନ୍ନଙ୍କ ସହ କଥା ହେବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe