ମେରୁଯାତ୍ରାରେ ସାମିଲ ହେଲେ ଧର୍ମେନ୍ଦ୍ର: ‘ଲୋକପରମ୍ପରା‌େର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି’

Advertisment
ମେରୁଯାତ୍ରାରେ ସାମିଲ ହେଲେ ଧର୍ମେନ୍ଦ୍ର: ‘ଲୋକପରମ୍ପରା‌େର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି’

ଦେବଗଡ଼: କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଦିନ ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକ୍‌ର ଆଉଁଳି ଗ୍ରାମରେ ମା’ଭଦ୍ରକାଳୀ ମେରୁଯାତ୍ରା ପର୍ବରେ ସାମିଲ୍‌ ହେବାସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ‘ମା’ଭଦ୍ରକାଳୀ ମେରୁଯାତ୍ରାରେ ସାମିଲ ହେବା ମୋ’ ପାଇଁ ପରମ ସୌଭାଗ୍ୟ। ଶିବ ଓ ଶକ୍ତି ଉପାସନାର ପର୍ବ ମେରୁ ଯାତ୍ରା । ମେରୁ ଯାତ୍ରା ଆମ ଲୋକପରମ୍ପରାରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି।’ ସେହିପରି ଦେବଗଡ଼ରେ ପ୍ରତିଷ୍ଠିତ ସଂସ୍କୃତ ବିଶ୍ୱବିଦ୍ୟାଳୟ ଏ ଅଞ୍ଚଳର ବୌଦ୍ଧିକ କ୍ଷମତାର ପରିଚୟ ଦେଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ । ଶ୍ରୀ ପ୍ରଧାନ ରିଆମାଳ ସ୍ଥିତ ଡଙ୍ଗାଘାଟ କାଳୀ ମନ୍ଦିରରେ ଦର୍ଶନ କରିବା ସହ ବିଶ୍ୱରେ ଶାନ୍ତି, ସଦିଚ୍ଛା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ବଢ଼ିବା ନେଇ କାମନା କରିଥିଲେ। ଏଥିସହିତ କେନ୍ଦ୍ରମନ୍ତ୍ରୀ ରିଆମାଳ ବ୍ଲକ୍‌ର ଦଲକ ଝରଣଠାରେ ବାବା ସ୍ୱର୍ଗତ ପ୍ରଭାକର ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ଦ୍ୱିତୀୟ ଯୋରନ୍ଦାଧାମ ‘ଅଲେଖ ମହିମା ପୀଠ’ ଦର୍ଶନ କରିଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହିତ ବିଧାୟକ ତଥା ବିଜେପି ବିଧାନସଭା ପ୍ରାର୍ଥୀ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ବିଜେପି ସଭାପତି ଅରୁଣ ସାହୁ, ସାଧାରଣ ସଂପାଦକ ସଚ୍ଚିକାନ୍ତ ଦାଶ, ଯୁବନେତା ଭୋଳେଶ୍ବର ପ୍ରଧାନ, ସୁଧୀର ବ୍ରହ୍ମା, ଆଉଁଳୀ ଗ୍ରାମ ସଭାପତି କେଦାର ପ୍ରଧାନ, ଅଲେଖ ସାହୁ, ମନ୍ଦିର କମିଟି ସଭାପତି ନିରାକାର ରାଉଳ, ସମ୍ପାଦକ ଅକ୍ଷୟ ସାହୁ ଏବଂ ପୂଜକ ଦୁର୍ଯ୍ୟୋଧନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe