ଆଜି ପୁଣି ପ୍ରଚାର କରିବେ ଧର୍ମେନ୍ଦ୍ର

Advertisment
ଆଜି ପୁଣି ପ୍ରଚାର କରିବେ ଧର୍ମେନ୍ଦ୍ର

ABP News

ବରଗଡ଼/ପଦ୍ମପୁର: ପ୍ରଚାରର ଶେଷ ଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦ୍ବିତୀୟ ଦଫା ପାଇଁ ପ୍ରଚାର ଭାର ମୁଣ୍ଡାଇବେ। ଶନିବାର ଶ୍ରୀ ପ୍ରଧାନ ଝାରବନ୍ଧ ବ୍ଲକ୍‌ ଜଗଦଲପୁରଠାରେ ଜନସଭାରେ ଯୋଗ ଦେବେ। ଏହାପରେ ପଦ୍ମପୁରରେ ରୋଡ୍‌ ସୋ' କରି ଦଳୀୟ ପ୍ରାର୍ଥୀଙ୍କ ସକ‌ାଶେ ଭୋଟ୍‌ ଭିକ୍ଷା କରିବେ ବୋଲି ଜଣାପଡ଼ିଛି।

ସୂଚନା ଯୋଗ୍ୟ ଯେ, ପଦ୍ମପୁର ପାଇଁ ଉପ ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ପ୍ରଚାର ସବୁ ଦଳ ପକ୍ଷରୁ ଜୋରଦାର କରାଯାଉଛି। ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାରେ ସବୁ ଦଳ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି। ବର୍ତ୍ତମାନ ଏଥି ଯୋଗୁଁ ପଦ୍ମପୁର ରାଜନୀତି ସରଗରମ ହୋଇପଡ଼ିଛି। ଆଉ କିଛି ଦିନ ପରେ ଭୋଟ ଗ୍ରହଣ ହେବ। ଭୋଟ ପରେ ଜଣାପଡିବ କେଉଁ ଦଳର ପ୍ରାର୍ଥୀ ଜିତିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe