କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର: ବରଗଡ଼ର ପ୍ରାଚୀନ ସଭ୍ୟତାର ସଂରକ୍ଷଣ ଦାୟିତ୍ବ ଏଏସ୍‌ଆଇକୁ ଦିଆଯାଉ

Advertisment
ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ନେଇ ମୁଁ ବିବ୍ରତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବରଗଡ଼ ଜିଲ୍ଲା ବରପାଲି ବ୍ଲକରେ ସନ୍ଧାନ ହୋଇଥିବା ଦୁଇ ହଜାର ବର୍ଷ ତଳ ପ୍ରାଚୀନ ସଭ୍ୟତାର ପୁନରୁଦ୍ଧାର ଏବଂ ସଂରକ୍ଷଣ ଦାୟିତ୍ୱ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ (ଏଏସ୍‌ଆଇ)କୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଚିଠି ଲେଖିଛନ୍ତି।

ବରଗଡ଼ର ଅଶ୍ୱିନୀ କୁମାର ସାରଙ୍ଗୀଙ୍କ ପତ୍ର ଆଧାରରେ ଶ୍ରୀ ପ୍ରଧାନ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି ଯେ ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ଏହି ପୁରାତନ ସଭ୍ୟତାର ଆବିଷ୍କାର କରିଛି। ଗତ ମାସ ୩୧ ତାରିଖରେ ଏକ ବିଶେଷଜ୍ଞ ଦଳର ନେତୃତ୍ୱରେ ୬୦ ଜଣ ଛାତ୍ରଛାତ୍ରୀ, ରିସର୍ଚ୍ଚ ସ୍କଲାର ଏବଂ ଇତିହାସ ବିଭାଗର ପ୍ରାଧ୍ୟାପକ ଉକ୍ତ ସ୍ଥାନରେ ଖନନ କାର୍ଯ୍ୟ ଆରମ୍ଭ କରିଥିଲେ । ୧୭ ହେକ୍ଟର ପରିମିତ ଜାଗାରେ ବ୍ୟାପ୍ତ ସେହି ସ୍ଥାନରେ ଅନେକ ମୂଲ୍ୟବାନ ମନୁଷ୍ୟକୃତ ସାମଗ୍ରୀ ଏବଂ ପୁରାତନ ସଭ୍ୟତାର ଅଶଂବିଶେଷ ମିଳିଛି। ଖନନ ସ୍ଥଳରୁ ମିଳିଥିବା ସାମଗ୍ରୀ ପ୍ରାୟ ୨ ହଜାର ବର୍ଷ ପୂର୍ବର ବୋଲି ଜଣାପଡ଼ିଛି । ମିଳିଥିବା ପ୍ରାଚୀନ ଅଶଂବିଶେଷରୁ ଜଣାପଡ଼ୁଛି ଉକ୍ତ ସ୍ଥାନଟି ପୂର୍ବ କାଳରେ ଏକ ପ୍ରତିଷ୍ଠିତ ବାଣିଜ୍ୟ କେନ୍ଦ୍ର ଥିଲା ଏବଂ ଆଗକୁ ଖନନ ଜାରି ରହିଲେ ଅନେକ ରହସ୍ୟର ଉନ୍ମୋଚନ ହୋଇପାରିବ।

ଏଭଳି ଏକ ବୃହତ ପ୍ରାଚୀନ ସଭ୍ୟତାର ସନ୍ଧାନ ମିଳିବା ବିରଳ ଏବଂ ଅତ୍ୟନ୍ତ ସମ୍ବେଦନଶୀଳ। ଐତିହାସିକ ଗୁରୁତ୍ୱ ଏବଂ ସମ୍ଭାବ୍ୟ ରହସ୍ୟ ଉନ୍ମୋଚନ ହେବା ଦୃଷ୍ଟିରୁ ଏଏସ୍‌ଆଇକୁ ଏହି ପ୍ରତ୍ନତାତ୍ତ୍ବିକ ସ୍ଥଳକୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଶ୍ରୀ ପ୍ରଧାନ କେନ୍ଦ୍ରମନ୍ତ୍ରୀ ଶ୍ରୀ ରେଡ୍ଡୀ କହିଛନ୍ତି। ଐତିହାସିକ ଦୃଷ୍ଟିକୋଣରୁ ମୂଲ୍ୟବାନ ପ୍ରାଚୀନ ସଭ୍ୟତାର ଅନୁସନ୍ଧାନ ପାଇଁ ଏଏସ୍‌ଆଇ ଦାୟିତ୍ୱ ନେଲେ ଖନନ କାର୍ଯ୍ୟ, ପରୀକ୍ଷାନିରୀକ୍ଷା, ସମୀକ୍ଷା ଉନ୍ନତଧରଣର ହୋଇପାରିବ ବୋଲି ଶ୍ରୀ ପ୍ରଧାନ ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe