ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଧର୍ମେନ୍ଦ୍ରଙ୍କ ଆହ୍ୱାନ: ମୋଦୀଙ୍କ ଅବଦାନକୁ ଘରେ ଘରେ ପହଞ୍ଚାଅ

Advertisment
ନିରପେକ୍ଷ କହିଲେ ହେବନାହିଁ, କାମରେ ଦେଖାଇବାକୁ ହେବ : ଧର୍ମେନ୍ଦ୍ର

The Indian Express

ଡୋର୍ ଟୁ ଡୋର୍, ଫୋନ୍ ଟୁ ଫୋନ୍ ପ୍ରଚାରକୁ ଗୁରୁତ୍ବ
ଶାସକ ଦଳର ଗୁଣ୍ଡାରାଜକୁ ବରଦାସ୍ତ କରାଯିବ ନାହିଁ

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭର୍ଚୁଆଲ୍ ବୈଠକ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅବଦାନକୁ ଡୋର୍ ଟୁ ଡୋର୍ ଓ ଫୋନ୍ ଟୁ ଫୋନ୍ କ୍ୟାମ୍ପେନ୍ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରାଥମିକତା ଦେବା ପାଇଁ ସେ ଆହ୍ବାନ ଦେଇଥିଲେ।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଓଡ଼ିଶାରେ ତୃଣମୂଳ ସ୍ତରରେ ଦଳକୁ ଆହୁରି ସଦୃଢ଼ କରିବାରେ ପଞ୍ଚାୟତ ନିର୍ବାଚନ ଏକ ସୁଯୋଗ ଆଣିଛି। ଏଥି ପାଇଁ କାର୍ଯ୍ୟକର୍ତ୍ତାମାନେ ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ ଦ୍ୱାରା ଲୋକ ସମ୍ପର୍କକୁ ଗୁରୁତ୍ୱ ଦେବାକୁ ପଡ଼ିବ। ଏହା ସହ ଫୋନ ଟୁ ଫୋନ୍ କ୍ୟାମ୍ପେନ୍‌ କରିବାକୁ ପଡ଼ିବ। ଆଜି ସମୟରେ ପ୍ରତ୍ୟେକ ଲୋକ ବିଶେଷ ଭାବରେ ଯୁବବର୍ଗଙ୍କ ପାଖରେ ମୋବାଇଲ ରହିଛି। ପ୍ରତ୍ୟେକ ମୋବାଇଲରେ ଫେସବୁକ୍, ଟ୍ୱିଟର ଓ ବିଭିନ୍ନ ମାଧ୍ୟମରେ ବିଜେପିର ବିକାଶର ବାର୍ତ୍ତା, ବିଗତ ବର୍ଷରେ ମୋଦୀ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଏବଂ ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତିବଦ୍ଧତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେବ। ତେବେ ଯାଇ ଆମେ ଦଳର ରାଜନୈତିକ ଲକ୍ଷ୍ୟକୁ ହାସଲ କରିପାରିବା। ଓଡ଼ିଶାରେ ବିଜେପି ଦୀର୍ଘ ଦଶନ୍ଧି ଧରି ନିଜ ପରିଶ୍ରମ ଓ ଜନ ଆଶୀର୍ବାଦ ବଳରେ ବିରୋଧୀ ଦଳ ଭାବରେ ଆଜି ପ୍ରତିଷ୍ଠିତ ହୋଇପାରିଛି। ଆମ ଦଳର ଲକ୍ଷ୍ୟକୁ ହାସଲ କରିବା ପାଇଁ ଲୋକଙ୍କ ପାଖରେ ଦଳ କରୋନା ନିୟମକୁ ମାନି ଛୋଟ ଛୋଟ ସଂଗଠନ ମାଧ୍ୟମରେ ଘରେ ଘରେ ବିଜେପିର ବାର୍ତା ପହଞ୍ଚାଇବାକୁ ହେବ। ବର୍ତମାନ ସମୟରେ ଦଳର ପ୍ରସଙ୍ଗ ରହିଛି କେନ୍ଦ୍ରର ପ୍ରତିଟି କ୍ଷେତ୍ରରେ ବିପୁଳ ଅର୍ଥ ଅନୁଦାନ ପରେ ମଧ୍ୟ ରାଜ୍ୟରେ ଏହି ଟଙ୍କା ହରିଲୁଟ ହେଉଛି ।

ଶିକ୍ଷା କ୍ଷେତ୍ରକୁ ପ୍ରଧାନ୍ୟ ଦେଇ ଚଳିତ କେନ୍ଦ୍ର ବଜେଟରେ ଗରିବ ଓଡ଼ିଆ ପିଲାକୁ ଓଡ଼ିଆ ଭାଷାରେ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ୱାନ କ୍ଲାସ-ୱାନ ଟିଭି ଚ୍ୟାନେଲ ଅନ୍ତର୍ଗତ ୧୨ରୁ ୨୦୦ ଟିଭି ଚ୍ୟାନେଲର ବ୍ୟବସ୍ଥା ସହ ଶିକ୍ଷା ବିଭାଗ ପାଇଁ ଇତିହାସରେ ପ୍ରଥମ ଥର ପାଇଁ ୧ ଲକ୍ଷ ୪ ହଜାର ୨୭୭ କୋଟିରୁ ଅଧିକ ଟଙ୍କାର ବ୍ୟବସ୍ଥା ହୋଇଛି । ରେଳବାଇ କ୍ଷେତ୍ରରେ ଗୋଟିଏ ଷ୍ଟ୍ରୋକ୍‌ରେ ୯ ହଜାର ୭୩୪ କୋଟି ଅନୁଦାନ ପୂର୍ବୋଦୟ ମିସନରେ ମୋଦୀ ସରକାରଙ୍କ ଓଡିଶା ଗରିବ କଲ୍ୟାଣର ପ୍ରୟୋଗଶାଳା ହେବାର ନାରାକୁ ପ୍ରତିପାଦିତ କରୁଛି। ଏ ସବୁ କଥାକୁ ଆମକୁ ଭୋଟର ଭାଇ ଭଉଣୀ ମାନଙ୍କୁ ବୁଝାଇବାକୁ ପଡ଼ିବ। ଶାସକ ଦଳର ଗୁଣ୍ଡାରାଜକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀ ପ୍ରଧାନ କହିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବରିଷ୍ଠ ନେତା, ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସାଂସଦ, ସାଂସଦ ପ୍ରାର୍ଥୀ, ବିଧାୟକ ଏବଂ ବିଧାୟକ ପ୍ରାର୍ଥୀ, ଜିଲ୍ଲା ପ୍ରଭାରୀଗଣ, ଜିଲ୍ଲା ସଭାପତି ଏବଂ ସମସ୍ତ ଜିଲ୍ଲା ପରିଷଦ ପ୍ରାର୍ଥୀ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe