ମିଶ୍ରଣପର୍ବରେ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ କଟାକ୍ଷ: ଶଙ୍ଖ ଦୁଃଖ, ଫୁଲ ଭଲ

Advertisment

ଓଡ଼ିଆ ଅସ୍ମିତା, ସ୍ୱାଭିମାନ ପାଇଁ ଏ ନିର୍ବାଚନ

ଓଡ଼ିଆ ଅସ୍ମିତା, ସ୍ୱାଭିମାନ ପାଇଁ ଏ ନିର୍ବାଚନ

ମିଶ୍ରଣପର୍ବରେ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ କଟାକ୍ଷ: ଶଙ୍ଖ ଦୁଃଖ, ଫୁଲ ଭଲ

ଅନୁଗୁଳ: ବିଜେଡି ‘ଯୋଡ଼ି ଶଙ୍ଖ’ ନ‌ାରା ସହ ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲାବେଳେ ଏହାକୁ କଟାକ୍ଷ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଶ୍ରୀ ପ୍ରଧାନ କହିଛନ୍ତି, ଯୋଡ଼ି ଶଙ୍ଖ ଭାରି ଦୁଃଖ। ‌କିନ୍ତୁ ଡବଲ ଫୁଲ ଭାରି ଭଲ। ଚଳିତ ନିର୍ବାଚନରେ ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଏବଂ ଓଡ଼ିଆ ସଂସ୍କୃତି ପାଇଁ ଲଢ଼େଇ ହେବ। ଅସ୍ମିତା ଅର୍ଥ ସମସ୍ତଙ୍କୁ ସେମାନଙ୍କ ମୌଳିକ ଓ ନ୍ୟାୟଗତ ଅଧିକାର ପ୍ରଦାନ କରିବା ସହ ସମସ୍ତଙ୍କୁ ସ୍ୱଚ୍ଛ ପାନୀୟ ଜଳ ଓ ଉତ୍ତମ ସ୍ୱାସ୍ଥ୍ୟସେବାର ବ୍ୟବସ୍ଥା କରିବାକୁ ହେବ ବୋଲି କହିଛନ୍ତି।

ଅନୁଗୁଳ ଓ ଛେଣ୍ଡିପଦା ନିର୍ବାଚନମଣ୍ଡଳୀ ବହୁ ନେତା ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲାବେଳେ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଓଡ଼ିଶାରେ ପରିବର୍ତ୍ତନରେ ସହଯୋଗୀର ଦାୟିତ୍ୱ ନେବା ପାଇଁ ଦଳରେ ମିଶିଥିବାରୁ ଧନ୍ୟବାଦ ଜଣାଇଥିଲେ। ପରେ କହିଥିଲେ, ବିଜେଡି ନେତାମାନେ କହୁଛନ୍ତି, ସେ ନିଜେ କିମ୍ବା ବିଜେପି କ୍ଷମତାକୁ ଆସିଲେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବନ୍ଦ ହୋଇଯିବ। ତେବେ ଓଡ଼ିଶାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ସହ ଆୟୁଷ୍ମାନ ଭାରତ ଯୋଜନାକୁ ମଧ୍ୟ କାର୍ଯ୍ୟକାରୀ କରାଯାଉ। ବିଜେପି କ୍ଷମତାକୁ ଆସିଲେ ଦୁଇଟି ମୋଦୀ ସ୍ୱାସ୍ଥ୍ୟ କାର୍ଡ ଓ ବିଜୁ ସ୍ୱାସ୍ଥ୍ୟ କାର୍ଡକୁ ଚଲାଇବାର ବ୍ୟବସ୍ଥା କରିବ। ଶେଷରେ ଓଡ଼ିଶା ଓ ଦେଶରେ ଡବଲ ପଦ୍ମ ଫୁଲ ଆଣିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିବା ପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe