ବୁଷ୍ଟର ଡୋଜ୍ ନେବାକୁ ଧର୍ମେନ୍ଦ୍ରଙ୍କ ନିବେଦନ

Advertisment
ଘର କାନ୍ଥରେ ଦଳୀୟ ଷ୍ଟିକର ମାରିବା ସହ ବିଜେପିକୁ ଭୋଟ ଦେବା ପାଇଁ ନିବେଦନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର : କୋଭିଡ୍ ମହାମାରୀ ବିରୋଧୀ ଲଢ଼େଇକୁ ମଜବୁତ୍ କରିବା ପାଇଁ ବୁଷ୍ଟର ଡୋଜ୍ ନେଇ ସୁସ୍ଥ ରହିବାକୁ ଓଡ଼ିଶାର ଜନସାଧାରଣଙ୍କୁ ଏକ ଭିଡିଓ ବାର୍ତ୍ତା ଜରିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି, ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ନାଗରିକଙ୍କ ସୁରକ୍ଷା ପାଇଁ ଭାରତ ସରକାରଙ୍କ ତରଫରୁ ପ୍ରଥମେ କୋଭିଡର ଦୁଇଟି ଡୋଜ୍ ଏବଂ ଏବେ ବୁଷ୍ଟର ଡୋଜ୍ ମାଗଣାରେ ଦିଆଯାଉଛି । ବୁଷ୍ଟର ଡୋଜ୍ ପାଇଁ ଭାରତ ସରକାରଙ୍କ ତରଫରୁ ଅମୃତ ମହୋତ୍ସବ ଅବସରରେ ଗତମାସ ୧୫ ତାରିଖରୁ ୭୫ ଦିନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନରେ ୧୮ ବର୍ଷରୁ ଅଧିକ ନାଗରିକଙ୍କୁ ସରକାରୀ ଟିକା କେନ୍ଦ୍ରରେ ମାଗଣାରେ ଟିକାକରଣ କରାଯାଉଛି। କିନ୍ତୁ କୋଭିଡ଼ ବୁଷ୍ଟର ଡୋଜ୍ ନେବା କ୍ଷେତ୍ରରେ ଜାତୀୟ ହାର ଠାରୁ ଓଡ଼ିଶାର ହାର କମ ଅଛି । ଓଡ଼ିଶାର ୮୭ ପ୍ରତିଶତ ନାଗରିକ ଏ ପର୍ଯ୍ୟନ୍ତ ବୁଷ୍ଟର ଡ଼ୋଜ୍ ଟିକା ନେଇନାହାନ୍ତି। ଅଗଷ୍ଟ ୪ ତାରିଖ ସୁଦ୍ଧା ଓଡ଼ିଶାରେ ୩ କୋଟି ୨୩ ଲକ୍ଷ ନାଗରିକ ପ୍ରଥମ ଓ ଦ୍ୱିତୀୟ ଡ଼ୋଜ ଟିକା ନେଇସାରିଛନ୍ତି । କେବଳ ୪୨ ଲକ୍ଷ ୩୪ ହଜାର ଜଣ ବୁଷ୍ଟର ଡୋ଼ଜ୍ ନେଇଛନ୍ତି । ରାଜ୍ୟର ୬ଟି ଜିଲ୍ଲା ଯଥା କଟକ, ଖୋର୍ଦ୍ଧା, ଜଗତସିଂପୁର, ସୁନ୍ଦରଗଡ଼, ପୁରୀ ଏବଂ ଅନୁଗୁଳରେ ଏ ପର୍ଯ୍ୟନ୍ତ ୧୦ ପ୍ରତିଶତ ବରିଷ୍ଠ ନାଗରିକ ପ୍ରଥମ ଡୋଜ୍ ଟିକା ନେଇ ନାହାନ୍ତି । ରାଜ୍ୟର ୮ଟି ଜିଲ୍ଲାରେ ପାଖାପାଖି ୨୫ ଲକ୍ଷ ନାଗରିକ ଦ୍ୱିତୀୟ ଡୋଜ୍ ଟିକା ନେଇନାହାନ୍ତି। ବର୍ଷାଋତୁରେ କୋଭିଡ୍‌ ସଂକ୍ରମଣ ଆହୁରି ବଢ଼ିବାର ଆଶଙ୍କା ରହିଛି। ତେଣୁ ଯେଉଁମାନେ ପ୍ରିକସନ ଡୋଜ୍ ନେବା ପାଇଁ ଯୋଗ୍ୟ, ସେମାନେ କାଳ ବିଳମ୍ବ ନ କରି ତୁରନ୍ତ ନିକଟସ୍ଥ ସରକାରୀ ଚିକିତ୍ସାଳୟକୁ ଯାଇ ଡୋଜ୍ ନେବାକୁ ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe