ବାଲେଶ୍ବରରେ ଧର୍ମେନ୍ଦ୍ରଙ୍କ ତୋଫାନୀ ପ୍ରଚାର, ରୋଡ୍‌ ସୋ’: ପ୍ରତାପ ନନାଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ମୋଦୀ, ଲେଖାଶ୍ରୀଙ୍କର କିଏ?

Advertisment

୨୫ ବର୍ଷ କ୍ଷମତାରେ ରହିଲା ପରେ ବି ଗାଁକୁ ପିଇବା‌ ପାଣି ପହଞ୍ଚିନି

୨୫ ବର୍ଷ କ୍ଷମତାରେ ରହିଲା ପରେ ବି ଗାଁକୁ ପିଇବା‌ ପାଣି ପହଞ୍ଚିନି

ବାଲେଶ୍ବରରେ ଧର୍ମେନ୍ଦ୍ରଙ୍କ ତୋଫାନୀ ପ୍ରଚାର, ରୋଡ୍‌ ସୋ’: ପ୍ରତାପ ନନାଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ମୋଦୀ, ଲେଖାଶ୍ରୀଙ୍କର କିଏ?

ବାଲେଶ୍ବର/ନୀଳଗିରି: ଏଥର ଓଡ଼ିଶାରେ ପ୍ରଥମଥର ବିଜେପି ସରକାର ଗଢ଼ିବ। ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ସରକାର ଗଢ଼ିବା ଏକପ୍ରକାର ଧାର୍ଯ୍ୟ ହୋଇସାରିଛି। କିନ୍ତୁ ବାଲେଶ୍ବରରେ ବିଜେଡିରୁ ସାଂସଦ ପ୍ରାର୍ଥୀ ହୋଇଥିବା ଲେଖାଶ୍ରୀଙ୍କର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ? ବାଲେଶ୍ବରକୁ ନିର୍ବାଚନ ପ୍ରଚାରରେ ଆସି ଏହିଭଳି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିସହିତ, ସେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ସହିତ ଭୋଟ୍‌ ମାଗିଛନ୍ତି।

ଳଗିରିସ୍ଥିତ କେସି ହାଇସ୍କୁଲ ପଡ଼ିଆଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ସେ କହିଥିଲେ, ସ୍ବାଭିମାନୀ ଓଡ଼ିଶା ତିଆରି କରିବାରେ ବାଲେଶ୍ବର ନୀଳଗିରି ମାଟିର ବହୁତ ବଡ଼ ଭୂମିକା ରହିଛି। ବର୍ତ୍ତମାନ ଓଡ଼ିଶାର ଅପମାନକୁ କସ୍ମିନ କାଳେ ବରଦାସ୍ତ କରାଯାଇପାରିବ ନାହିଁ। ୨୫ ବର୍ଷ ଶାସନରେ ରହିଲା ପରେ ବି ଗାଁକୁ ପିଇବା‌ ପାଣି ମୁନ୍ଦାଏ ନାହିଁ। ସରକାରୀ ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ସରକାରୀ ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି, ଚାଷଜମିକୁ ଜଳସେଚନ ବ୍ୟବସ୍ଥା ନାହିଁ। ଶିଳ୍ପସଂସ୍ଥାଗୁଡ଼ିକରେ ତାଲା ପଡ଼ିଛି। ନିରୀହ ଆଦିବାସୀଙ୍କ ଜମିକୁ ବିକ୍ରି କରାଯିବାର ଷଡ଼୍‌ଯନ୍ତ୍ର ଚାଲିଛି। ଆଦିବାସୀଙ୍କ ନାଁରେ ପ୍ରଥମେ ୫୦ ହଜାର କେସ୍‌ ରୁଜୁ କରି ପରେ ତାକୁ ଉଠାଇ ଆଣି ଆମେ ଦୟା କରିଛୁ ବୋଲି କୁହାଯାଉଛି। ଓଡ଼ିଶାର ଏକ ତୃତୀୟାଂଶ ଲୋକ ଏବେ ଘର ଛାଡ଼ି ବାହାରେ କାମ କରିବାକୁ ଯାଉଛନ୍ତି। ଏହା କ’ଣ ସରକାରଙ୍କର ପାରିବାପଣିଆ?‌ ଏହାର ଉତ୍ତର ଜନସାଧାରଣଙ୍କୁ ଦେବାକୁ ପଡ଼ିବ ବୋଲି ସେ କହିଥିଲେ। ମୋଦୀଙ୍କ ଗ୍ୟାରେଣ୍ଟିରେ ଦେଶ ଆଗକୁ ବଢ଼ୁଥିବା ବେଳେ ମହିଳା, ଚାଷୀ ଓ ଯୁବକମାନେ ସଶକ୍ତ, ଆତ୍ମନିର୍ଭଶୀଳ ହେଉଛନ୍ତି। ନୀଳଗିରି ସହିତ ଓଡ଼ିଶାର ବିକାଶକୁ ଦୁଇଗୁଣା କରିବା ପାଇଁ ବିଜେପିକୁ ଜିତାଇବାକୁ ନିବେଦନ କରିଥିଲେ ଶ୍ରୀ ପ୍ରଧାନ।

ସଭାପରେ ଶ୍ରୀ ପ୍ରଧାନ ନୀଳଗିରି ଜଗନ୍ନାଥ ମନ୍ଦିର ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଜନସାଧାରଣଙ୍କୁ ବାଲେଶ୍ବର ସାଂସଦ ପ୍ରାର୍ଥୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ଓ ନୀଳଗିରି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କୁ ପଦ୍ମଫୁଲରେ ଭୋଟ୍‌ ଦେବାକୁ ନିବେଦନ କରିଥିଲେ। ବିଜେପିର ଦୁଇ ପ୍ରାର୍ଥୀଙ୍କ ସହିତ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ବୈଭବ ଶର୍ମା, ନୀଳଗିରି ସଂଯୋଜକ କରୁଣାକର ପଣ୍ଡା, ଦଳୀୟ ପ୍ରଭାରୀ କମଳଲୋଚନ ଦାସ, ଜିଲ୍ଲା ସମ୍ପାଦକ ସମରଶଙ୍କର କାନୁନଗୋ, ଜିଲ୍ଲା ପରିଷଦ ସଦସ୍ୟା ଉଷାରାଣୀ ରାଉଳ, ସମିତିସଭ୍ୟା ପଦ୍ମଜା କାନୁନଗୋ, ସରପଞ୍ଚ ରାଜେନ୍ଦ୍ର ରାଉତ, ଦେବାଶିଷ ଆଚାର୍ଯ୍ୟ, ରଞ୍ଜିତା ସିଂ, ରେଣୁ ବିଶ୍ବାଳ, ସବ୍ୟସାଚୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୟୂରଭଞ୍ଜର ବଡ଼ସାହି ଓ ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀ‌ରେ ବିଶାଳ ଜନସଭା ଓ ରୋଡ୍‌ ସୋ’ରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe