ଢେଙ୍କାନାଳ ବିଧାନସଭା: ବିଜେପିରୁ କୃଷ୍ଣଚନ୍ଦ୍ର ନା ନବୀନ?

Advertisment

ତାଲିକାରେ ସଂଖ୍ୟାଧିକ ଆଶାୟୀ

ତାଲିକାରେ ସଂଖ୍ୟାଧିକ ଆଶାୟୀ

ଢେଙ୍କାନାଳ ବିଧାନସଭା: ବିଜେପିରୁ କୃଷ୍ଣଚନ୍ଦ୍ର ନା ନବୀନ?

ଢେଙ୍କାନାଳ: ନିକଟରେ ବିଜେପିରେ ଯୋଗ ଦେଇଛନ୍ତି ପୂର୍ବତନ ବିଧାୟକ ନବୀନ ନନ୍ଦ। ନବୀନଙ୍କ ଯୋଗଦାନ ପରେ ଢେଙ୍କାନାଳ ନିର୍ବାଚନମଣ୍ଡଳୀରେ ବିଜେପିର ଗଣିତ ବଦଳିଛି। ଅନ୍ୟପକ୍ଷରେ, ଦଳୀୟ ଟିକେଟ୍‌ରେ ପ୍ରତିଦ୍ବନ୍ଦ୍ବିତା କରିବାପାଇଁ ଆହୁରି ବି କେତେଜଣ ଆଶାୟୀ ଅଛନ୍ତି। ସୂଚନା ଅନୁସ‌ାରେ, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର ଚଳିତଥର ମଧ୍ୟ ବିଧାୟକ ପ୍ରାର୍ଥୀପାଇଁ ଜୋରଦାର ଲବି ଚଳାଇଛନ୍ତି। ଶ୍ରୀ ପାତ୍ରଙ୍କ ପ୍ରଭାବ ଯୋଗୁ ଗତ ପୌର ନିର୍ବାଚନରେ ପରିବାରର ବୋହୂ ତଥା ତାଙ୍କ ଭାଉଜ ଜୟନ୍ତୀ ପାତ୍ର ବିପୁଳ ଭୋଟ୍‌ରେ ବିଜୟୀ ହୋଇ ପୌରାଧ୍ୟକ୍ଷ ହୋଇପାରିଛନ୍ତି। ଚଳିତଥର ସେ ମଧ୍ୟ ବିଧାୟକ ପାଇଁ ଦୌଡ଼ରେ ଅଛନ୍ତି। ଏହି ଦୁଇଜଣଙ୍କ ବ୍ୟତୀତ ଶ୍ରୀମତୀ ପାତ୍ରଙ୍କ ସ୍ୱାମୀ ତଥା ବରିଷ୍ଠ ବିଜେପି ନେତା ଓ ରାଜ୍ୟ କୃଷକସଂଘ ସଭାପତି ରାମଚନ୍ଦ୍ର ପାତ୍ର ମଧ୍ୟ ଟିକେଟ୍‌ ଆଶାୟୀ ଅଛନ୍ତି। ଗୋଟିଏ ପରିବାରର ୩ ଜଣ ଟିକେଟ୍‌ ପାଇଁ ଲବି ଚଳାଇଥିବା ବେଳେ ନିକଟରେ ବିଜେପିରେ ଯୋଗ ଦେଇଛନ୍ତି ପୂର୍ବତନ ବିଧାୟକ ନବୀନ ନନ୍ଦ।

ସେହିପରି, ଶ୍ରୀ ପାତ୍ରଙ୍କ ପରିବାର ବ୍ୟତୀତ ବିଜେପିର ପୁରୁଖା କର୍ମୀ ତଥା ପୂର୍ବତନ ନଗରପାଳ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘନିଷ୍ଠ ସହକର୍ମୀ ଭାବେ ସୁନୀଲ ଶର୍ମା ଚଳିତଥର ବିଜେପିରୁ ନିଶ୍ଚିତ ଟିକେଟ୍ ପାଇଁ ଆଶା ରଖିଛନ୍ତି। ଏଥିସହିତ ମହିଳା ନେତୃତ୍ୱ ଭାବରେ ବିଜେପି ମହିଳା ମୋଚ୍ଚା ପୂର୍ବତନ ଜିଲ୍ଲା ସଭାପତି ତଥା ବର୍ତମାନର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନିରୋଜା ନଳିନୀ ମହାଳିକ ଓ ଗଁଦିଆ ବ୍ଲକର ପୂର୍ବତନ ଅଧ୍ୟକ୍ଷ ମଳୟ ସିଂହ ମଧ୍ୟ ବିଧାୟକ ଦୌଡ଼ରେ ରହିଛନ୍ତି। ଅନ୍ୟପକ୍ଷରେ, ଶ୍ରୀ ନନ୍ଦ ମଧ୍ୟ ପ୍ରାର୍ଥୀହେବା ପାଇଁ ଜୋର୍‌ଦାର୍‌ ଲବି ଚଳାଇଥିବା ବେଳେ ଦଳ କାହାକୁ ସମର୍ଥନ କରୁଛି ତାହା ଉପରେ ନଜର ରହିଛି। ଏମିତିବି ଦଳ ଶ୍ରୀ ନନ୍ଦ ଟିକେଟ୍‌ ପାଇଲେ ଶ୍ରୀ ପାତ୍ର ଓ ଅନ୍ୟମାନେ ସମର୍ଥନ କରିନପାରନ୍ତି । ଏସବୁ ଦୃଷ୍ଟିରୁ ଏହି ନିର୍ବାଚନମଣ୍ଡଳୀରେ ଟିକେଟ୍‌ ପ୍ରଦାନ ବିଜେପି ପାଇଁ ଏକ କାଠିକର ପାଠ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ପାତ୍ର ଗତ ୪ଟି ନିର୍ବାଚନରେ ଟିକେଟ୍ ହାତେଇ ହାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe