କପିଳାସ ବନାଞ୍ଚଳରୁ ୪ଶିକାରୀ ଓ ୫ହରିଣ ଛାଲ ଜବତ

Advertisment
କପିଳାସ ବନାଞ୍ଚଳରୁ ୪ଶିକାରୀ ଓ ୫ହରିଣ ଛାଲ ଜବତ

ଢେଙ୍କାନାଳ: କପିଳାସ ବନାଞ୍ଚଳରେ ଗତକାଲି ରାତିରେ ଚଢ଼ଉ କରି ବନ ବିଭାଗ ପାଞ୍ଚଟି ହରିଣ ଛାଲ ଓ ତିନି ଜଣ ଶିକାରୀଙ୍କୁ ଗିରଫ କରିଛନ୍ତି। ବନ ଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନିଙ୍କ ନିର୍ଦେଶ କ୍ରମେ କପିଳାସ ସଂରକ୍ଷିତ ଜଙ୍ଗଲରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗତକାଲି ରାତି ୩ଟାରେ ୨୭ନମ୍ବର କମ୍ପାର୍ଟମେଣ୍ଟଠାରୁ ଗନ୍ଦିଆ ଥାନା ରମେଇ ଖମାର ଗ୍ରାମର କାମାକ୍ଷା କପିଳେଶ୍ୱର ପିଙ୍ଗୁଆ (୨୨) ଓ ପୀର ବାଦର ନାମକ ଦୁଇ ଜଣ ଶିକାରୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଦୁଇଟି ବନ୍ଧୁକ ଜବତ କରିଛନ୍ତି। ସେହି ଗ୍ରାମର ଅଶୋକ କୁମାର ନାଥ (୪୪)ଙ୍କ ଘରେ ଆଜି ସକାଳ ୭ଟାରେ ଚଢ଼ାଉ କରି ପାଞ୍ଚଟି ହରିଣ ଛାଲ, ଚଉଶିଙ୍ଗା ହରିଣ ଶିଙ୍ଗ ଓ ସମ୍ବର ଶିଙ୍ଗ ଜବତ କରି ତାଙ୍କୁ ଗିରଫ କରିଛି ବନ ବିଭାଗ।

publive-image

ସେହିପରି ଷଡ଼ଙ୍ଗୀ ରେଞ୍ଜ ଲହଡା ସଂରକ୍ଷିତ ଜଙ୍ଗଲରୁ ଶିକାର ଉଦ୍ୟେଶରେ ଜଗି ଥିବା ଫୁଲଝରୀ ଗ୍ରାମର ଜାନୁମ ସିଂହ କୁଞ୍ଜଲ(୪୬)ଙ୍କୁ ବନ ବିଭାଗ ଗିରଫ କରିବା ସହ ଏକ ବନ୍ଧୁକ ଜବତ କରିଛି। ଚଢ଼ଉରେ ଏସସିଏଫ ରଶ୍ମି ରଞ୍ଜନ ସ୍ୱାଇଁ, ଡେପୁଟି ରେଞ୍ଜର ଗୌତମ ପ୍ରଧାନ, ଫରେଷ୍ଟର ରଶ୍ମି ରଞ୍ଜନ ଦାସ, ଦୈତାରୀ ପ୍ରଧାନ, ଆର୍ଯ୍ୟ ରଞ୍ଜନ ସାହୁ ଓ ବନ କର୍ମଚାରୀ ସାମିଲ ଥିଲେ। ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଜିଲ୍ଲା ବନ ଖଣ୍ଡ ଅଧିକାରୀ ଶ୍ରୀ ଗୋଗିନେନି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe