ଢେଙ୍କାନାଳ: ୨ ଚୋରା କୋଇଲା ଟ୍ରକ ଜବତ

Advertisment
ଢେଙ୍କାନାଳ: ୨ ଚୋରା କୋଇଲା ଟ୍ରକ ଜବତ

ଢେଙ୍କାନାଳ: ୨ଚୋରା କୋଇଲା ଟ୍ରକ ଜବତ କରିଛି ଢେଙ୍କାନାଳ ପୁଲିସ। ଗାଡ଼ି ନମ୍ବର ଓଡ଼ି୩୫ଇ୩୫୮୪ ଏବଂ ଓଡ଼ି୩୫ଡ଼ି୫୭୪୮ ଥିବା ୨ଟି ଟ୍ରକ ତାଳଚେରରୁ ଚୋରା କୋଇଲା ନେଇ ଯାଉଥିବା ବେଳେ ପୁଲିସ ୨ଟି ଟ୍ରକକୁ ଜବତ କରିଥିବା ଜଣା ପଡ଼ିଛି। ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ପୁଲିସ ଗୋବିନ୍ଦପୁର ଛକଠାରୁ ଟ୍ରକ ୨ଟି କୁ ଜବତ କରିଛନ୍ତି। ଟ୍ରକ ଚାଳକ ପରଜଙ୍ଗ ବ୍ଲକ ବରିହାପୁରର ମନୋରଞ୍ଜନ ପ୍ରଧାନ ଓ କଣ୍ଟାବଣିଆ ଗ୍ରାମର ଅମୁଲ୍ୟ ବେହେରାଙ୍କୁ ଗିରଫ କରାଯାଇଥିବା ଫାଣ୍ଡି ଅଧିକାରୀ ସତ୍ୟ ଭୁତିଆ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe