ଢେଙ୍କାନାଳ ସେଲ୍‌ଟର୍ ହୋମ୍ ଅସଦାଚରଣ ଘଟଣା : ରାଜ୍ୟ ସରକାରଙ୍କ ଖାମଖିଆଲି ନୀତିକୁ ଦାୟୀ କଲା ବିଜେପି

Advertisment

ମନ୍ତ୍ରୀଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବି କଲା କ˚ଗ୍ରେସ

ମନ୍ତ୍ରୀଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବି କଲା କ˚ଗ୍ରେସ

ଢେଙ୍କାନାଳ ସେଲ୍‌ଟର୍ ହୋମ୍ ଅସଦାଚରଣ ଘଟଣା : ରାଜ୍ୟ ସରକାରଙ୍କ ଖାମଖିଆଲି ନୀତିକୁ ଦାୟୀ କଲା ବିଜେପି

ଭୁବନେଶ୍ବର : ଢେଙ୍କାନାଳ ଜିଲ୍ଲାର ବେଲଟିକିରି ଠାରେ ଥିବା ସେଲ୍‌ଟର୍ ହୋମ୍‌ରେ ଯୌନ ନିର୍ଯାତନା ଘଟଣାରେ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛି ବିଜେପି ମହିଳା ମୋର୍ଚ୍ଚା।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଭାତୀ ପରିଡ଼ା ଅଭିଯୋଗ କରିଛନ୍ତି ଯେ, ଗୁଡ୍‌ ନିୟୁଜ୍ ଇଣ୍ଡିଆର ସାରା ରାଜ୍ୟରେ ୨୬ଟି ସେଲ୍‌ଟର୍ ହୋମ୍ ଅଛି। ସେଲ୍‌ଟର୍ ହୋମ୍ ପରିଚାଳନା ନେଇ କଡ଼ା ନିୟମକାନୁନ୍‌ ଥିବାବେଳେ ରାଜ୍ୟ ସରକାରଙ୍କ ଖାମଖିଆଲ ନୀତି ଓ ଉଚ୍ଚ ଚାପର ବଶବର୍ତ୍ତୀ ହୋଇ ଓଡ଼ିଆ ଝିଅମାନଙ୍କର ଇଜ୍ଜତ ସହ ବୁଝାମଣା କରିଥିବା ସ୍ପଷ୍ଟ ହୋଇଛି। କେବଳ ନିର୍ଯାତନା ନୁହେଁ, ରାଜ୍ୟ ସରକାର ଧର୍ମ ପରିବର୍ତ୍ତନ ପରି ମାମଲାରେ ମଧ୍ୟ ଏହି ସଂଗଠନକୁ ସୁରକ୍ଷା ଦେଇ ଆସିଛନ୍ତି। ଧର୍ମ ପରିବର୍ତ୍ତନ ନେଇ ରାଜ୍ୟରେ କଡ଼ା ନିୟମ ରହିଛି। ମାତ୍ର ଗୁଡ୍‌ ନିୟୁଜ୍ ଇଣ୍ଡିଆ ପରି ସଂସ୍ଥାଙ୍କ ସେଲ୍‌ଟର୍ ହୋମ୍‌ଗୁଡ଼ିକ ଧର୍ମ ପରିବର୍ତ୍ତନର କେନ୍ଦ୍ର ପରି କାମ କରୁଥିଲା। ଶାସକ ଦଳର ଛତ୍ରଛାୟା ତଳେ ରହି ସେମାନେ ଏସବୁ କାମ କରୁଥିଲେ। ଓଡ଼ିଶାର ଲୋକମାନେ ‘ସଟ୍‌ ଷ୍ଟେ ହୋମ୍‌’ର ଗୁମର ବୁଝିଲେଣି। ଏମାନଙ୍କୁ ଶାସକ ଦଳର ସୁରକ୍ଷା ସମ୍ପର୍କରେ ବି ଅବଗତ ହେଲେଣି। ବିଜେପି ଏହାକୁ ଲୋକମାନଙ୍କୁ ଜଣାଇବା ପାଇଁ ଆଗାମୀ ଦିନରେ ଆନ୍ଦୋଳନ କରିବ। ଖୁବ୍ ଶୀଘ୍ର ରାଜ୍ୟର ସବୁ‌ ସଟ୍‌ ଷ୍ଟେ ହୋମ୍‌କୁ ବିଜେପି ମହିଳା ମୋର୍ଚ୍ଚାର ପ୍ରତିନିଧି ଯିବେ ଓ ସତ୍ୟତା ପରଖିବେ ବୋଲି ଶ୍ରୀମତୀ ପରିଡ଼ା କହିଥିଲେ।

ଗୁଡ୍‌ ନିୟୁଜ୍ ଇଣ୍ଡିଆ ସଂସ୍ଥା କିଏ ଓ ଏହାର କାର୍ଯ୍ୟକଳାପ ସମ୍ପର୍କରେ ରାଜ୍ୟ ସରକାର କେମିତି ଜାଣିପାରିଲେ ନାହିଁ ବୋଲି ପ୍ରତିନିଧି ଦଳର ଅନ୍ୟତମ ସଦସ୍ୟା ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାନେତ୍ରୀ ସୁକେଶୀ ଓରାମ ଉପସ୍ଥିତ ଥିଲେ।

ମନ୍ତ୍ରୀଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବି କଲା କ˚ଗ୍ରେସ

ଭୁବନେଶ୍ବର : ଢେଙ୍କାନାଳ ଜିଲ୍ଲା ବେଲଟିକିରିର ଶିଶୁ ଆଶ୍ରୟ ଗୃହରେ ଘଟିିଥିବା ହୃଦୟ ବିଦାରକ ଯୌନ ଶୋଷଣ ଘଟଣା ସମଗ୍ର ଓଡିଶା ପାଇଁ ଅତ୍ୟନ୍ତ ଲଜ୍ଜାଜନକ। ଏହା ଏକ ଜାତୀୟ ଲଜ୍ଜା। ସରକାରୀ ଦଳର ବିନା ପ୍ରୋତ୍ସାହନ ଏବ˚ ପ୍ରଶାସନର ବିନା ପୃଷ୍ଠପୋଷକତାରେ ଏଭଳି ବେଆଇନ୍‌ କାର୍ଯ୍ୟ ଦୀର୍ଘଦିନ ଧରି ଚାଲିବା ଅସମ୍ଭବ। ଏହି ଘଟଣାରେ ବିଭାଗୀୟ ମନ୍ତ୍ରୀ ଇସ୍ତଫା ଦେବା ସହିତ ଏହାର ନିରପେକ୍ଷ ତଦନ୍ତ ପାଇଁ ହାଇକୋର୍ଟ କିମ୍ବା ସୁପ୍ରିମ୍‌କୋର୍ଟଙ୍କ ତତ୍ବାବଧାନରେ ସିବିଆଇକୁ ସୁପାରିସ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ କଂଗ୍ରେସ ଦାବି କରିଛି।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ସୋନାଲି ସାହୁ କହିଲେ ଯେ ସରକାରଙ୍କ ବିନା ପ୍ରୋତ୍ସାହନରେ ଏକ ନିର୍ଦିଷ୍ଟ ସ˚ସ୍ଥା ଢେଙ୍କାନାଳ ସମେତ ରାଜ୍ୟର ୨୬ଟି ସ୍ଥାନରେ ଶିଶୁ ଆଶ୍ରୟ ଗୃହ କିପରି ଚଲାଇଥିଲା, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୨୦୧୧ରେ ଏହି ସ˚ସ୍ଥା ଏଭଳି ଏକ ଆଶ୍ରୟ ଗୃହ ଚଳାଇଥିଲା। ୨୦୧୫ରେ ପ୍ରଶାସନ ଏହାକୁ ବେଆଇନ୍‌ ଘୋଷଣା କରିବା ସହିତ ସେଠାରେ ଥିବା ପିଲାମାନଙ୍କୁ ସେମାନଙ୍କ ଘରକୁ ପଠାଇ ଦେଇଥିଲା। ପୁଣି କାହା ପ୍ରରୋଚନାରେ ସମାଜ କଲ୍ୟାଣ ନିର୍ଦେଶକ ଏକ ନିର୍ଦେଶନାମା ବଳରେ ନିଜେ ବେଆଇନ୍‌ ଘୋଷଣା କରିଥିବା ଆଶ୍ରୟ ଗୃହକୁ ପୁନର୍ବାର ନାମ ପରିବର୍ତନ କରି ଶିକ୍ଷା କେନ୍ଦ୍ର ଭାବରେ ତାକୁ ଅନୁମତି ପ୍ରଦାନ କଲେ ବୋଲି ସେ ପ୍ରଶ୍ନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe