୫୫ ନମ୍ବର ଜାତୀୟ ରାଜପଥର ଦୁରବସ୍ଥା: ଢେଙ୍କାନାଳ ୧୨ ଘଣ୍ଟା ବନ୍ଦ

Advertisment
୫୫ ନମ୍ବର ଜାତୀୟ ରାଜପଥର ଦୁରବସ୍ଥା: ଢେଙ୍କାନାଳ ୧୨ ଘଣ୍ଟା ବନ୍ଦ

ଢେଙ୍କାନାଳ : ୫୫ ନମ୍ବର ଜାତୀୟ ରାଜପଥର ଦୁରବସ୍ଥା, ସଂପ୍ରସାରଣ କାର୍ଯ୍ୟରେ ଅହେତୁକ ବିଳମ୍ବ, ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟ ପ୍ରତିବାଦରେ ଶୁକ୍ରବାର ଦିନ ଜିଲ୍ଲା ଓକିଲ ସଂଘ ଆହ୍ବାନକ୍ରମେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଙିଆ ଢେଙ୍କାନାଳ ବନ୍ଦ ପାଳନ କରାଯାଇଛି।

ଆନ୍ଦୋଳନକାରୀମାନେ ବିଭିନ୍ନ ଛକ ସ୍ଥାନରେ ଗାଡ଼ି ଅଟକାଇ ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାରେ ଶହ ଶହ ସଂଖ୍ୟାରେ ଗାଡ଼ି ଅଟକି ରହିଥିଲା। ବନ୍ଦ ପ୍ରଭାବରେ ଆଜି ଦୋକାନ ବଜାର ବନ୍ଦ ହୋଇଯାଇଥିବା ବେଳେ ବିଭିନ୍ନ ସରକାରୀ ,ବେସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଥିଲା। ଓକିଲ ସଂଘ ସଭାପତି ସଞ୍ଜୟ ମିଶ୍ରଙ୍କ ନେତୃତ୍ବରେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ କୋର୍ଟଠାରୁ ଶୋଭାଯାତ୍ରାରେ ଯାଇ ଜାତୀୟ ରାଜପଥ ପ୍ରାଧିକରଣର କାର୍ଯ୍ୟାଳୟକୁ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ପ୍ରାଧିକରଣ କାର୍ଯ୍ୟାଳୟକୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ତାଲା ପକାଇ ଦିଆଯାଇଥିଲା।

ସୂଚନାଯୋଗ୍ୟ, ଢେଙ୍କାନାଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟରେ ମନ୍ଥରତା ଯୋଗୁଁ ତାହା ଦୀର୍ଘ ୫ବର୍ଷ ଧରି ଶେଷ ହୋଇପାରୁ ନାହିଁ। ରାସ୍ତା ଖାଲଖମାରେ ପୂର୍ଣ୍ଣ। ରାସ୍ତାରେ ଯାତାୟାତ କରିବା ବିପଜ୍ଜନକ ହୋଇପଡ଼ିଛି। ବାରମ୍ବାର ଏ ସଂପର୍କରେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇ ତୁରନ୍ତ କାର୍ଯ୍ୟ ଶେଷ କରିବା ଏବଂ ମରାମତି ପାଇଁ କୁହାଯାଉଥିଲେ ମଧ୍ୟ କ‌ୌଣସି ପଦକ୍ଷେପ ନିଆଯାଉ ନାହିଁ। ଏହାର ପ୍ରତିବାଦରେ ଜିଲ୍ଲା ଓକିଲ ସଂଘ ଆହ୍ବାନ କ୍ରମେ ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରାରେ ଜିଲ୍ଲା ସାମ୍ବାଦିକ ସଂଘ, ଶିଳ୍ପ ବାଣିଜ୍ୟ ସଂଘ, ବସ୍‌ ମାଲିକ ସଂଘ, ଟ୍ରକ୍‌ ମାଲିକ ସଂଘ, ଟ୍ୟାକ୍ସି ଆସୋସିଏସନ୍, ମିଳିତ ବଜାର ପୂଜା କମିଟି, ଢେଙ୍କାନାଳ ସଚେତନ ନାଗରିକ ଫୋରମ୍‌, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଏବଂ ମିଳିତ କ୍ରିୟାନୁଷ୍ଠାନ କମିଟି କର୍ମକର୍ତ୍ତାମାନେ ସାମିଲ୍ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe