ଢେଙ୍କାନାଳ: ଟୁରିଷ୍ଟ୍‍ ବସ୍‌ ଓଲଟି ୧୫ ଆହତ

Advertisment
ଢେଙ୍କାନାଳ: ଟୁରିଷ୍ଟ୍‍ ବସ୍‌ ଓଲଟି ୧୫ ଆହତ

କାମାକ୍ଷାନଗର: ସୋମବାର ପ୍ରତ୍ୟୁଷରେ ପରଜଙ୍ଗ ଥାନା ଅନ୍ତର୍ଗତ ଖଇରାମୁଣ୍ଡା ଛକ ନିକଟରେ ଗୋଟିଏ ଟୁରିଷ୍ଟ୍‍ ବସ୍‌ ଓଲଟି ପଡ଼ିବାରୁ ୧୫ ଜଣରୁ ଅଧିକ ପର୍ଯ୍ୟଟକ ଆହତ ହୋଇଛନ୍ତି।

ବସ୍‌ରେ ଥିବା ୪୫ ଜଣ ପର୍ଯ୍ୟଟକ ଅନୁଗୁଳ ଅନ୍ତର୍ଗତ ରାଣୀଗୁଡ଼ା ଗାଅାଁର ବାସିନ୍ଦା। ଗତକାଲି ଅର୍ଥାତ୍‌ ରବିବାର ଦିନ ସେମାନେ ବଣଭୋଜି କରିବା ଉଦ୍ଦେଶ୍ୟରେ ବାଲେଶ୍ୱର ଓ ଯାଜପୁର ଯାଇ ଥିଲେ। ସେଠାରୁ ଫେରିବା ବାଟରେ ରାତି ପ୍ରାୟ ୪ଟା ବେଳେ ଚାଳକର ଆଖି ଲାଗି ଯିବାରୁ ସେ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ଥିଲେ। ସ୍ଥାନୀୟ ଲୋକେ ଓ ପରଜଙ୍ଗ ପୁଲିସ ଦୁର୍ଘଟନାଗ୍ରସ୍ତ ବସ୍‌ରୁ ଲୋକମାନଙ୍କୁ ଉଦ୍ଧାର କରିବା ସହ ୧୦୮ ଆମ୍ବୁଲାନସ୍‌ ମଗାଇ ସେମାନଙ୍କୁ ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରି ଥିଲେ।

publive-image

ଆହତ ହୋଇଥିବା ପର୍ଯ୍ୟଟକମାନଙ୍କୁ ୧୦୮ ଆମ୍ବୁଲାନ୍‌ସ୍‌ ଯୋଗେ ତାଳଚେର ମଣ୍ଡାପାଳ ଓ ଅନଗୁଳ ଡାକ୍ତରଖାନାକୁ ନିଆ ଯାଇଛି। କୌଣସି ପର୍ଯ୍ୟଟକ ଗୁରୁତର ଆହତ ହୋଇ ନାହାନ୍ତି ବୋଲି କୁହା ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe