କପିଳାସ ବନାଞ୍ଚଳରୁ ଦୁଇ ଶିକାରୀ ଗିରଫ

Advertisment
କପିଳାସ ବନାଞ୍ଚଳରୁ ଦୁଇ ଶିକାରୀ ଗିରଫ

ଢେଙ୍କାନାଳ: ପୁଣି ଢେଙ୍କାନାଳ ଜିଲ୍ଲାର କପିଳାସ ବନାଞ୍ଚଳରୁ ଶିକାର ଉଦ୍ଦେଶ୍ୟରେ ଜଗିଥିବା ଦୁଇ ଶିକାରୀଙ୍କୁ ଗିରଫ କରାଯାଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତ୍ରୀରେ ଉଭୟଙ୍କୁ କପିଳାସ ବନ କର୍ମଚାରୀ ଗିରଫ କରିଛନ୍ତି। ସେମାନଙ୍କ ଠାରୁ ତାର ଏବଂ ଟାଙ୍ଗିଆ ଜବତ ହୋଇଛି।

ଗିରଫ ଦୁଇ ଅଭିଯୁକ୍ତ ହେଲେ ଦହିମାଳ ଗ୍ରାମର ସର୍ବେଶ୍ୱର ଦେହୁରୀ ଓ ବିଷ୍ଣୁ ଚରଣ ଦେହୁରୀ ବୋଲି ଡିଏଫଓ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଶିକାର ଉଦ୍ଦେଶ୍ୟରେ ତାର ବିଛାଇ କିଛି ଦିନ ତଳେ ଜଣେ ଶିକାରୀ ଗିରଫ ହୋଇଥିଲେ। ଗିରଫ ହୋଇଥିବା ଅଭିଯୁକ୍ତର ନାଁ ଦାଶରଥି ନାଏକ (୩୫)‌। ବନ ଖଣ୍ଡ ଷଡ଼ଙ୍ଗୀ ରେଞ୍ଜ ଯୋରନ୍ଦା ସେକ୍ସନ ରୁପବଳିଆ ସଂରକ୍ଷିତ ଜଙ୍ଗଲରେ ଶିକାର ଉଦ୍ଦେଶ୍ୟରେ ତାର ବିଛାଇ ଥିବା ସଦର ଥାନା ନାଠୁଆ ଗ୍ରାମର ଦାଶରଥି ନାଏକକୁ  ଗିରଫ କରାଯାଇଥିବା ନେଇ ଡିଏଫଓ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe