ଢେଙ୍କାନାଳ ଯୁବକ ଅହ୍ଲା ପୁଣି ନଦୀରୁ ଉଦ୍ଧାର

Advertisment

ମଙ୍ଗଳବାର ୧୦କିମି ଭାସି ଆସିଥିବା ବେଳେ ବୁଧବାର ୫କିମି ଭାସି ଆସୁଛନ୍ତି କିପରି?

ମଙ୍ଗଳବାର ୧୦କିମି ଭାସି ଆସିଥିବା ବେଳେ ବୁଧବାର ୫କିମି ଭାସି ଆସୁଛନ୍ତି କିପରି?

ଢେଙ୍କାନାଳ ଯୁବକ ଅହ୍ଲା ପୁଣି ନଦୀରୁ ଉଦ୍ଧାର

ଯାଜପୁର/କବାଟବନ୍ଧ : ଢେଙ୍କାନାଳ ଜିଲ୍ଲା କାମାକ୍ଷାପ୍ରସାଦର ପଣ୍ଡୁଆ ଗ୍ରାମର ସୁଶାନ୍ତ ବାରିକଙ୍କ ପୁଅ ଅହ୍ଲା ବାରିକ (୧୭) ବୁଧବାର ମଧ୍ୟ ୫କିମି ବ୍ରାହ୍ମଣୀ ନଦୀରେ ଭାସିଯାଉଥିବା ବେଳେ ଲୋକମାନେ ଉଦ୍ଧାର କରିଛନ୍ତି। ଅହ୍ଲା ମାନସିକ ନ୍ୟୂନ ଥିବାରୁ ଏପରି ବାରମ୍ବାର ବଢ଼ନ୍ତା ନଦୀକୁ ଡେଉଁଥିବାର ପରିବାର ଲୋକ କହିଛନ୍ତି। ଅହ୍ଲା ଜଣେ ଭଲ ସନ୍ତରଣକାରୀ ବୋଲି କେତେକ ମତ ରଖିଛନ୍ତି।

ପ୍ରକାଶ ଥାଉକି ଅହ୍ଲାଙ୍କ ବାପାମାଙ୍କ ମଧ୍ୟରେ କଳହ ଯୋଗୁଁ ସେ ମା ସହିତ ଦୀର୍ଘ ବର୍ଷ ହେଲା ମାମୁଘର ନିହାଲପ୍ରସାଦ ଦିଗାମ୍ବରପୁରରେ ରହୁଛନ୍ତି। ବ୍ରାହ୍ମଣୀ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଅହ୍ଲା ମଙ୍ଗଳବାର ୧୦ କିମି ଭାସିଭାସି ଆସୁଥିବା ବେଳେ ଜେନାପୁର ନିକଟରୁ ଉଦ୍ଧାର କରାଯାଇ ଦାନଗଦୀ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା। ସୁସ୍ଥ ଅହ୍ଲାକୁ ତାଙ୍କ ପରିବାରକୁ ଗତକାଲି ହସ୍ତାନ୍ତର କରାଯାଇଥିଲା। ବୁଧବାର ପୁଣି ସେ ନଦୀରେ ଭାସିଭାସି ଆସୁଥିବା ବେଳେ ୫କିମି ଦୂର କଲାଣ୍ଡ ନିକଟରୁ ଲୋକମାନେ ଉଦ୍ଧାର କରି ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି। ଭରାନଦୀରେ ଏତେ ଦୂର ଭାସି ଆସୁଥିବା ଅହ୍ଲାଙ୍କୁ ଯଦି ଚିକିତ୍ସା କରାଯାଇପାରନ୍ତା, ସେ ଭଲ ସନ୍ତରଣକାରୀ ହୋଇପାରନ୍ତେ ବୋଲି କେତେକ ଗ୍ରାମବାସୀ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe