ଭୁବନେଶ୍ବର : ନାଟକ କ୍ଷେତ୍ରରେ ବିଶେଷ ଅବଦାନ ନିମନ୍ତେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧୀନ ସିସିଆର୍ଟି ପକ୍ଷରୁ ବିଶିଷ୍ଟ ନାଟ୍ୟକାର ଧୀର ମଲ୍ଲିକ ସିନିଅର ଫେଲୋସିପ୍ ପାଇଁ ମନୋନୀତ ହୋଇଛନ୍ତି। ‘ସମସାମୟିକ ନାଟକରେ ଲୋକକଳାର ପ୍ରୟୋଗ’ ଉପରେ ଗବେଷଣା ପାଇଁ ତାଙ୍କୁ ଏହି ଫେଲୋସିପ୍ ମିଳିଛି। ଗବେଷଣା ପାଇଁ ୨ବର୍ଷର ସମୟ ସୀମା ରହିଥିବା ବେଳେ ଏଥିପାଇଁ ଶ୍ରୀମଲ୍ଲିକଙ୍କୁ ମାସିକ ୨୦ ହଜାର ଟଙ୍କାର ଅର୍ଥରାଶି ସହାୟତା ସ୍ବରୂପ ପ୍ରଦାନ କରାଯିବ। ଶ୍ରୀ ମଲ୍ଲିକ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଓଡ଼ିଆ ନାଟକ ଓ ଆମ ଲୋକକଳାର ଇତିହାସ ସମ୍ପର୍କିତ ଇଂରାଜୀ ସଂସ୍କରଣ ଆପତତଃ ନାହିଁ। ମୋ ଗବେଷଣାରୁ ଉପଲବ୍ଧ ପୁସ୍ତକ ଇଂରାଜୀରେ ପ୍ରକାଶ ପାଇବା ପରେ ଓଡ଼ିଶା ବାହାରର ଲୋକେ ଆମ ନାଟକ ଓ ଲୋକକଳାର ସମ୍ପୃକ୍ତି ବାବଦରେ ଜାଣିପାରିବେ। ଏଥିପାଇଁ ମତେ ସୁଯୋଗ ଦେଇଥିବାରୁ ସିସିଆର୍ଟିକୁ ଆନ୍ତରିକ ଧନ୍ୟବାଦ ଜଣାଉଛି।
ଧୀର ମଲ୍ଲିକଙ୍କୁ ସଂସ୍କୃତି ମନ୍ତ୍ରାଳୟ ସିନିଅର ଫେଲୋସିପ୍
Advertisment
Follow Us