Advertisment

ଏଣିକି ହେଲ୍‌ପଲାଇନ୍‌ ନମ୍ବର ‘୧୦୪’କୁ ଡାଏଲ୍‌ କରି ପାଇ ହେବ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ପରାମର୍ଶ

Advertisment
ଏଣିକି ହେଲ୍‌ପଲାଇନ୍‌ ନମ୍ବର ‘୧୦୪’କୁ ଡାଏଲ୍‌ କରି ପାଇ ହେବ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ପରାମର୍ଶ

ଭୁବନେଶ୍ୱର : ଏଣିକି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ପାଇଁ ଆଉ ଧନ୍ଦି ହେବାକୁ ପଡ଼ିବନି। ବିଭିନ୍ନ ରୋଗର ଚିକିତ୍ସା ପଦ୍ଧତି ସହ କେଉଁ ରୋଗର କି ପ୍ରକାର ଚିକିତ୍ସା କେଉଁଠାରେ ଉପଲବ୍ଧ ହେବ, ସେ ବିଷୟରେ ସବିଶେଷ ସୂଚନା ମାତ୍ର ଗୋଟିଏ କଲ୍‌ରେ ଉପଲବ୍ଧ ହେବ। ହେଲ୍‌ପଲାଇନ୍‌ ନମ୍ବର ‘୧୦୪’କୁ ଡାଏଲ୍‌ କରି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ପରାମର୍ଶ ପାଇ ହେବ। ଏହା ସମ୍ପୂର୍ଣ୍ଣ ଦେୟମୁକ୍ତ। ଚିକିତ୍ସା ସୁବିଧାକୁ ସୁଗମ କରିବା ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାର ଏହି ହେଲ୍‌ପଲାଇନ୍‌ ସେବା ଆରମ୍ଭ କରିଛନ୍ତି। ଉପାନ୍ତ ଓ ଅପହଞ୍ଚ ଅଞ୍ଚଳବାସୀଙ୍କ ପାଇଁ ଏହା ବେଶ୍‌ ସହାୟକ ହେବ। ଯଦିଓ ପୂର୍ବରୁ ଏହି ନମ୍ବର କାର୍ଯ୍ୟକାରୀ ହେଉଥିଲା, ତେବେ ଏହାକୁ ଅଧିକ ସକ୍ରିୟ କରିବା ସହ ଡାକ୍ତରୀ ପରାମର୍ଶକୁ ସାମିଲ୍‌ କରାଯାଇଛି।

ଏହି ହେଲ୍‌ପଲାଇନ୍‌ ସେବାକୁ ପରିଚାଳନା କରୁଥିବା ‘ଜିକିତ୍ସା ହେଲ୍‌ଥ କେୟାର୍‌ ଲିମିଟେଡ୍‌’ର ଓଡ଼ିଶା ମୁଖ୍ୟ ସବ୍ୟସାଚୀ ବିଶ୍ବାଳଙ୍କ କହିବା ମୁତାବକ, ପୂର୍ବରୁ ଆମେ ‘୧୦୨’ ଓ ‘୧୦୮’ ଆମ୍ବୁଲାନ୍ସ ସେବାର ପରିଚାଳନା କରିଛୁ। ଏବେଠାରୁ ଏହି ‘୧୦୪’ ହେଲ୍‌ପଲାଇନ୍‌ ନମ୍ବରରେ କଲ୍‌ କରି ଲୋକେ ସିଧାସଳଖ ଡାକ୍ତରଙ୍କ ସହ ପରାମର୍ଶ କରିପାରିବେ ଏବଂ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନ୍ୟ ସୂଚନା ପାଇପାରିବେ। ପ୍ରତିଦିନ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏମବିବିଏସ୍‌ ଡାକ୍ତରଙ୍କ ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ପାଇ ହେବ।

publive-image

ଏହାବ୍ୟତୀତ ‌ଚିକିତ୍ସା ସମ୍ବନ୍ଧୀୟ ବିଭିନ୍ନ ସୂଚନା ପାଇଁ ଏହି ନମ୍ବରରୁ ୨୪ ଘଣ୍ଟା ସେବା ଯୋଗାଇ ଦିଆଯିବ। ଯେ କୌଣସି ସରକାରୀ ଡାକ୍ତରଖାନା, ରକ୍ତ ଭଣ୍ଡାର, ଔଷଧ ଓ ସ୍ୱାସ୍ଥ୍ୟ ପରୀକ୍ଷା ସମ୍ବନ୍ଧୀୟ ସୂଚନା, ଗୁରୁତର ଅବସ୍ଥାରେ ଥିବା ଗର୍ଭବତୀ ମା’ଙ୍କ ଚିକିତ୍ସା ବ୍ୟବସ୍ଥା ଓ ପରିବାର ନିୟୋଜନ, ଏଡ୍‌ସ, ଖାଦ୍ୟ ଓ ପୋଷଣ, ଆଶୁ ଚିକିତ୍ସା, ଶିଶୁ ଓ ମାତୃ ସ୍ୱାସ୍ଥ୍ୟ ସେବା ଜନିତ ସୂଚନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏବଂ ଏହା ଅନ୍ତର୍ଭୁକ୍ତ ଡାକ୍ତରଖାନା ମାନଙ୍କରେ ମିଳୁଥିବା ସେବା ସମ୍ବନ୍ଧ‌‌‌ରେ ମଧ୍ୟ ସୂଚନା ପାଇ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe