ନରସି˚ହପୁରରେ ଗ୍ରାମାଞ୍ଚଳ ଡାଏଲିସିସ୍‌ କେନ୍ଦ୍ର ଉଦ୍‌ଘାଟିତ : ପ୍ରଥମ ଦିନ ୩ ରୋଗୀଙ୍କ ଡାଏଲିସିସ

Advertisment
ନରସି˚ହପୁରରେ ଗ୍ରାମାଞ୍ଚଳ ଡାଏଲିସିସ୍‌ କେନ୍ଦ୍ର ଉଦ୍‌ଘାଟିତ : ପ୍ରଥମ ଦିନ ୩ ରୋଗୀଙ୍କ ଡାଏଲିସିସ

ନରସି˚ହପୁର : ନରସି˚ହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଆଜି ଦେଶର ପ୍ରଥମ ଗ୍ରାମାଞ୍ଚଳ ଡାଏଲିସିସ କେନ୍ଦ୍ରର ଲୋକାର୍ପଣ କରାଯାଇଛି। ଏହି କେନ୍ଦ୍ରରେ ପ୍ରାଥମିକ ଭାବେ ୩ଟି ମେସିନ ଲଗାଯାଇଛି। ଆଗାମୀ ଦିନରେ ଏହି କେନ୍ଦ୍ରରେ ୧୦ଟି ମେସିନ ଲଗାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ା

ଆଜି ଅପରାହ୍ନ ୨ଟାରେ ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଜେନା ଡାଏଲିସିସ କେନ୍ଦ୍ରର ଉଦ୍‌ଘାଟନ କରିଥିଲେ। କଟକ ସା˚ସଦ ଭର୍ତ୍ତୃହରି ମହତାବ, ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ବ୍ଲକ୍‌ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର, ଉପାଧ୍ୟକ୍ଷା ସୁନିତା ସ୍ବାଇଁ, ବ୍ଲକ୍‌ ବିଜେଡି ସଭାପତି କୃପାସିନ୍ଧୁ ଦାଶ, ସିଡିଏମ୍‌ଓ ବିଭୂତି ଭୂଷଣ ନାୟକ, ଡାକ୍ତର ଚିତ୍ତରଞ୍ଜନ କର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ନୋଭାଟିଓ ଓ ରାହିର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଏହି ଅବସରରେ ଅତିଥିମାନେ ନରସି˚ହପୁର ସ୍ବାସ୍ଥ୍ୟକେନ୍ଦ୍ର‌େର ୧ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ସମ୍ପ୍ରସାରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଗ୍ରାମାଞ୍ଚଳରେ ଲୋକଙ୍କ ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରଖି ବଡ଼ମ୍ବା-ନରସି˚ହପୁର, ଆଠଗଡ଼, ତିଗିରିଆ, କଣ୍ଟିଲୋ, ନୟାଗଡ଼ ଆଦି ଅଞ୍ଚଳର କିଡ୍‌ନୀ ରୋଗୀଙ୍କର ମାଗଣାରେ ଡାଏଲିସିସ କରାଇବା ନିମନ୍ତେ ସରକାରଙ୍କ ଏହା ଏକ ଅଭିନବ ପ୍ରୟାସ ବୋଲି ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଥିଲେ। ଆଗାମୀ ଦିନରେ କାନପୁର ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ୧ କୋଟି ଓ ଜିଲିଣ୍ତା ଡାକ୍ତରଖାନା ପାଇଁ ୧ କୋଟି ମୋଟ୍‌ ୩କୋଟି ୫୦ଲକ୍ଷ ଟଙ୍କା ବ୍ୟୟ କରାଯିବ ବୋଲି ବିଧାୟକ ଶ୍ରୀ ମିଶ୍ର ସୂଚନା ଦେଇଥିଲେ। ଆଗାମୀ ଦିନରେ ଆଇସିଏମ୍‌ଆର୍‌ ରିସର୍ଚ୍ଚ ସେଣ୍ଟର କରାଯାଇ ରୋଗର ନିରାକରଣ ଲାଗି ଲୋକଙ୍କୁ ସଚେତନ କରାଯିବ। ସେହିପରି ଡାଇଲେସିସ ରୋଗୀଙ୍କୁ ସେବା ଯୋଗାଇ ଦେବା ନିମନ୍ତେ ୨୮୦ଜଣ କର୍ମଚାରୀଙ୍କୁ ତାଲିମ ଦିଆଯାଇଥିବା ଡାକ୍ତର କର ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ ଯେ ଡାକ୍ତରଖାନା ପରିସରରେ ୨୫୦ ମେଗାୱାଟ୍‌ର ଟ୍ରାନ୍ସଫର୍ମର, ଏକ ଡିଜିଟାଲ ଜେନେରେଟର୍‌ ଲଗାଯିବା ସହିତ ୪୦ଟି ନୂତନ ଶଯ୍ୟା ଯୋଗାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe