ଆସିକାର କାନ୍ଧସୁନ୍ଦରାପଲ୍ଲୀରେ ଡାଇରିଆ: ୬ ଜଣ ଆକ୍ରାନ୍ତ, ୨ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି

Advertisment
ଆସିକାର କାନ୍ଧସୁନ୍ଦରାପଲ୍ଲୀରେ ଡାଇରିଆ: ୬ ଜଣ ଆକ୍ରାନ୍ତ, ୨ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି

ଆସିକା: ଗଂଜାମ ଜିଲ୍ଲା ଆସିକାରେ ଡାଇରିଆ ଆକ୍ରାନ୍ତ ଦେଖାଯାଇଛି। ବାଲିସିରା ପଞ୍ଚାୟତ ଅନ୍ତର୍ଗତ କାନ୍ଧସୁନ୍ଦରାପଲ୍ଲୀ ଗ୍ରାମରେ ଗତ ଦୁଇ ଦିନ ହେଲା ଗ୍ରାମବାସୀ  ଡାଇରିଆରେ ଆକ୍ରାନ୍ତର ଶିକାର ହୋଇଥିବା ଜଣାଯାଇଛି। ଏପର୍ଯ୍ୟନ୍ତ ୬ ଜଣ ଲୋକ ଡାଇରିଆର ଶିକାର ହୋଇଛନ୍ତି। ସେଥି ମଧ୍ୟରୁ ୨ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟ ୨ ଜଣ ଘରେ ରହି ଔଷଧ ସେବନ କରୁଛନ୍ତି। କିନ୍ତୁ ୨ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କାନ୍ଧସୁନ୍ଦରାପଲ୍ଲୀ ଗ୍ରାମରେ ଡାଇରିଆ ନେଇ ସୂଚନା ମିଳିବା ପରେ ଗତକାଲି ଠାରୁ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ସେଠାରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ଉଦ୍ୟମ କରୁଛନ୍ତି। ଗତକାଲି ଡାକ୍ତର ଲଷ୍ମୀ ଦେବୀଙ୍କ ସହିତ ଏକ ଟିମ୍‌ ଗ୍ରାମରେ ଚିକିତ୍ସା କରୁଥିବା ବେଳେ ଆଜି ବିଡ଼ିଓ ଫକୀର ଚରଣ ପରିଡା ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ମଧୁସୂଦନ ବାରିକ ବିପିଏମ ସାଗରିକା ମିଶ୍ର ସରପଞ୍ଚ ଦୈତାରି ବେହେରା ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଛନ୍ତି। ବିଡ଼ିଓ ଗ୍ରାମକୁ ଟ୍ୟାଙ୍କର ସାହାଯ୍ୟରେ ଜଳ ଯୋଗାଣ ପାଇଁ ଆରଡବ୍ଲୁଏସ୍‌ଏସ୍‌ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଅଚଳ ଜଳ ଯୋଗାଣ ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ କହିଛନ୍ତି। ୟ

ପ୍ରାଥମିକ ଭାବେ ଦୂଷିତ ପାଣି ବ୍ୟବହାର କାରଣରୁ ଏହି ଗ୍ରାମରେ ଡାଇରିଆ ବ୍ୟାପିଥିବା ସନ୍ଦେହ କରାଯାଉଛି। ଗ୍ରାମରେ ଥିବା ଦୁଇଟି ସୌର ଚାଳିତ ଜଳ ଯୋଗାଣ ପ୍ରକଳ୍ପ ଦୀର୍ଘ ମାସ ହେଲା ଅଚଳ ହେବା ସହିତ ଗଭୀର ନଳକୂପରୁ କଳଙ୍କି ଯୁକ୍ତ ପାଣି କାରଣରୁ ଲୋକ ବାହାରୁ ପାଣି ପିଇବା ପାଇଁ ବାଧ୍ୟ ହେଉଛନ୍ତି। ଏହି କାରଣରୁ ଗ୍ରାମରେ ଡାଇରିଆରେ ସଂକ୍ରମିତ ହୋଇଥିଲେ। ସ୍ୱାସ୍ଥ୍ୟ ବିଭାଗ ହାଲୋଜେନ ବଟିକା ଓ ଆର ଏସ, ଔଷଧ ବ୍ୟବସ୍ଥା କରିବା ସହିତ ସଂକ୍ରମଣ ହ୍ରାସ ପାଇଁ କାର୍ଯ୍ୟ କରୁଛି। ଡାଇରିଆରେ କେହି ମରି ନଥିବା ସ୍ୱାସ୍ଥ୍ୟ ବିଭାଗ ପ୍ରାଥମିକ ସ୍ଥିତି ଅନୁଧ୍ୟାନ ପରେ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe