କର୍ଲାପାଟ ଅଞ୍ଚଳରେ ଝାଡ଼ାବାନ୍ତି, ୬ ଦିନରେ ଗୋଟିଏ ପରିବାରର ୩ ମୃତ

Advertisment
ସର୍ପାଘାତରେ ନାବାଳିକା ମୃତ

ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକରେ ପୁଣି ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ସୋମବାର ବ୍ଲକର ପାଡ଼େପଦର ପଞ୍ଚାୟତର ଭୂତଗୁଡ଼ା ଗ୍ରାମର ଜଣେ ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ସେହିପରି କର୍ଲାପାଟ ପଞ୍ଚାୟତ କୁକୁରଭୁର୍ସି ଗ୍ରାମର ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ପଞ୍ଚାୟତର ସାନ ଟିକ୍ରାଗୁଡ଼ାରେ ୬ ଦିନ ମଧ୍ୟରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇ ସାରିଛି। ସେମାନେ ହେଲେ ସୁନ୍ଦରରାଏ ମାଝୀ(୭୨), ସୁନା ମାଝୀ (୬୦) ଏବଂ ମଂଗଲ ଦେଇ ମାଝୀ (୫୦)। ଅନ୍ୟପକ୍ଷରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗାଁରେ ଚିକିତ୍ସା ଜାରି ରହିଛି।

ଡାକ୍ତର ମିଳନ ରାଉତରାୟଙ୍କ ନେତୃତ୍ୱରେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଏକ ମେଡିକାଲ୍ ଟିମ୍ ସାନଟିକ୍ରାଗୁଡ଼ା​ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରି ଔଷଧ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ କେଉଁ କାରଣରୁ ଝାଡ଼ାବାନ୍ତି ବ୍ୟାପୁଛି ସେନେଇ ପ୍ରଶାସନ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe