ବ୍ରଜରାଜନଗରରେ ଝାଡ଼ାବାନ୍ତି, ୩ ମୃତ; ୧୫ରୁ ଅଧିକ ଆକ୍ରାନ୍ତ

Advertisment

ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୌରାଞ୍ଚଳ ଅନ୍ତର୍ଗତ ରାମପୁର ଦଳିତପଡ଼ାରେ ଝାଡ଼ାବାନ୍ତି ବ୍ୟାପିଛି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗତ ୮ ଦିନ ମଧ୍ୟରେ ଏହି ପଡ଼ାର ୩ ଜଣଙ୍କ ମୃତ୍ୟୁ ଘଟିଲାଣି। ମୃତକମାନେ ହେଲେ ମିଳନ ସାହୁ (୪୪), ଡମ୍ବରୁଧର  ବୁଡ଼ା (୧୭) ଓ ବାସୁଦେବ ତନ୍ତି (୪୦)।

Dead

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୌରାଞ୍ଚଳ ଅନ୍ତର୍ଗତ ରାମପୁର ଦଳିତପଡ଼ାରେ ଝାଡ଼ାବାନ୍ତି ବ୍ୟାପିଛି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗତ ୮ ଦିନ ମଧ୍ୟରେ ଏହି ପଡ଼ାର ୩ ଜଣଙ୍କ ମୃତ୍ୟୁ ଘଟିଲାଣି। ମୃତକମାନେ ହେଲେ ମିଳନ ସାହୁ (୪୪), ଡମ୍ବରୁଧର  ବୁଡ଼ା (୧୭) ଓ ବାସୁଦେବ ତନ୍ତି (୪୦)। ମିଳନଙ୍କ ମୃତ୍ୟୁ ଗତ ୧୮ ତାରିଖରେ ଖଲିଆକାନୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ହୋଇଥିଲା। ଗତ ୨୩ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡମ୍ବରୁଧରଙ୍କ ମୃତ୍ୟୁ ହୋଇଥିବାବେଳେ ରବିବାର ବାସୁଦେବଙ୍କ ମୃତ୍ୟୁ ଘଟିଛି।

ଏବେ ବି ପଡ଼ାର ୧୫ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ୫ ଜଣ ପୁରୁଷ, ୫ ଜଣ ମହିଳା ଓ ୪ ଜଣ ଶିଶୁ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଖଲିଆକାନୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡା. ଜେ. ପ୍ରଧାନ ସୂଚନା ଦେଇଛନ୍ତି। ପଡ଼ାରେ ଥିବା କୂଅର ଦୂଷିତ ପାଣିରୁ ଝାଡ଼ାବାନ୍ତି ବ୍ୟାପିଥିବା ଡାକ୍ତର ପ୍ରଧାନ ଅନୁମାନ କରୁଛନ୍ତି। ଆଜି ଦୁଇଜଣ ସ୍ୱାସ୍ଥ୍ୟକର୍ମୀ ଓ ଡା. ପ୍ରଧାନ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଉକ୍ତ କୂଅପାଣିର ନମୁନା‌ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe