Advertisment

ଭାଲୁବୁଟ୍ରାରେ ବ୍ୟାପୁଛି ଝାଡ଼ାବାନ୍ତି, ଆଉ ୪ ଆକ୍ରାନ୍ତ ଡାକ୍ତରଖାନାରେ ଭର୍ତ୍ତି

Advertisment
ଭାଲୁବୁଟ୍ରାରେ ବ୍ୟାପୁଛି ଝାଡ଼ାବାନ୍ତି, ଆଉ ୪ ଆକ୍ରାନ୍ତ ଡାକ୍ତରଖାନାରେ ଭର୍ତ୍ତି

Covistan

କଲମପୁର/ପଣ୍ଡିଗାଁ: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଭାଲୁବୁଟ୍ରା ଗାଁରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଗତ ଶୁକ୍ରବାର ସନ୍ଧ୍ୟାରେ ଗାଁର ସମସ୍ତ ୨୫ ଜଣକ ଆକ୍ରାନ୍ତ ସୁସ୍ଥ ହୋଇ ସ୍ବାସ୍ଥ୍ୟକେନ୍ଦ୍ରରୁ ଘରକୁ ଫେରିଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ଓ ଆଜି ସକାଳେ ପୁଣି ୪ ଜଣ ରୋଗୀ ଆକ୍ରାନ୍ତ ହୋଇ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।

ସେମାନଙ୍କ ଚିକିତ୍ସା ଜାରି ରହିଛି। ବିଶେଷ କରି ଗାଁ ଲୋକ ସ୍ନାନ ଶୌଚାଦି ପାଇଁ ପୋଖରୀ ପାଣି ବ୍ୟବହାର କରୁଥିବାରୁ ସଂକ୍ରମଣ ବୃଦ୍ଧି ପାଉଥିବା ଆଶଙ୍କା କରାଯାଉଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି। ଅନ୍ୟପକ୍ଷରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଏବଂ ଏଥିପ୍ରତି ଡାକ୍ତରୀ ଟିମ୍‌ ସଜାଗ ରହିଛି ବୋଲି କଲମପୁର ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଶିବାଶିଷ ସ୍ୱାଇଁ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe