ନୀଳଗିରିରେ ଥମୁନି ଝାଡ଼ାବାନ୍ତି, ଜଣେ ମୃତ

Advertisment
ନୀଳଗିରିରେ ଥମୁନି ଝାଡ଼ାବାନ୍ତି, ଜଣେ ମୃତ

ନୀଳଗିରି : ବାଲେଶ୍ବର ଜିଲ୍ଲାର ନୀଳଗିରି ଅଞ୍ଚଳରେ ବିଭିନ୍ନ ଗାଁରେ ଝାଡ଼ାବାନ୍ତି ରୋଗ ଥମିବାର ନାଁ ଧରୁ ନ‌ଥିବାବେଳେ ଝାଡ଼ାବାନ୍ତିରେ ଜଣେ ମହିଳାର ମୃତ୍ୟୁ ଘଟିଛି। ଚଳିତ ବର୍ଷ ଝାଡ଼ାବାନ୍ତିରେ ନୀଳଗିରି ଓ ଔପଦା ଅଞ୍ଚଳର ୩ ଜଣଙ୍କର ମୃତ୍ୟୁ ଘଟିଛି। ହେଲେ ପ୍ରଶାସନ ଏହାକୁ ରୋକିବା ପାଇଁ ସଚେତନତା ସୃଷ୍ଟି କରିବା ସହ ଠୋସ୍‌ ପଦକ୍ଷେପ ନେଉନାହିଁ। ସୂଚନା ଅନୁସାରେ ନୀଳଗିରି ବ୍ଲକ ଅଧୀନ ଭଉଁରିଆବାଡ଼ ପଞ୍ଚାୟତର କାନ୍ତ୍ରସିମିଳିଆ ଗ୍ରାମର କିଷାନ ହେମ୍ବ୍ରମଙ୍କ ସ୍ତ୍ରୀ ଦେବୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe