Advertisment

ଟିର୍ଲିଆମ ଗାଁରେ ବ୍ୟାପିଲା ଝାଡ଼ାବାନ୍ତି, ଗାଁରେ ପହଞ୍ଚିଲା ଡାକ୍ତରୀ ଟିମ୍

Advertisment
ଟିର୍ଲିଆମ ଗାଁରେ ବ୍ୟାପିଲା ଝାଡ଼ାବାନ୍ତି, ଗାଁରେ ପହଞ୍ଚିଲା ଡାକ୍ତରୀ ଟିମ୍

chckoksara.co.in

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ଟିର୍ଲିଆମ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଛି। ଗାଁର ନୁନୋଇ ମାଝୀ (୫୦), ଲଛମା ମାଝୀ (୬୦), କମଳ ମାଝୀ (୨୧), ରୁଦମା ମାଝୀ(୧୮), ଦୁର୍ଯୋ ମାଝୀ (୩୫) ଓ ବେବି ମାଝୀ (୬) ଆକ୍ରାନ୍ତ ହୋଇଛନ୍ତି। କୋକସରା ଡାକ୍ତରଖାନାରେ ନୁନୋଇ ମାଝୀ ଓ ବେବି ମାଝୀ ଚିକିତ୍ସିତ ହେଉଛନ୍ତି। କୋକସରା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ତତ୍ତ୍ବଦର୍ଶୀ ଦାସଙ୍କ ନେତୃତ୍ୱରେ ମେଡିକାଲ ଟିମ୍‌ ଗାଁରେ ପହଞ୍ଚି ଚିକିତ୍ସା ଜାରି ରଖିଛନ୍ତି।

ସେହିପରି ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡାଙ୍କ ନେତୃତ୍ୱରେ ଏକ ମେଡ଼ିକାଲ ଟିମ ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିବା ସହ ଔଷଧ ବଣ୍ଟନ କରିଛନ୍ତି। ଗ୍ରାମ୍ୟ ପରିମଳ ବିଭାଗ କର୍ମଚାରୀ ପାନୀୟ ଜଳର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe