Image Courtesy of India Today
ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ରେ ଥମୁନି ଝାଡ଼ାବାନ୍ତି ରୋଗର ପ୍ରକୋପ। ରବିବାର ନାକରୁଣ୍ଡି ପଞ୍ଚାୟତ କେଲୁଆ ଗାଁର ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୋମବାର ବ୍ଲକ୍ର ପାଡ଼େପଦର ପଞ୍ଚାୟତ ହାଡସିଲ୍ ଗାଁରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ହାଡସିଲ୍ ଗାଁର ଅମେନ୍ ମାଝୀଙ୍କ ୧୨ ବର୍ଷୀୟା ଝିଅ ଜଳେନ୍ଦ୍ରି ମାଝୀ ବୋଲି ଜଣାପଡ଼ିଛି। ଗାଁର ଏହି ପରିବାର ବର୍ତ୍ତମାନ ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ବେଳେ ଏହାକୁ ନେଇ ଗ୍ରାମବାସୀ ଭୟଭୀତ ରହିଥିବା ସୂଚନା ମିଳିଛି।
ଖବର ପାଇ ମହୁଲପାଟଣାରୁ ଏକ ଏକ ଡାକ୍ତରୀ ଦଳ ଗାଁରେ ପହଞ୍ଚି ଆକ୍ରାନ୍ତଙ୍କୁ ଔଷଧ ପତ୍ର ଦେଇ ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି। ଏବେ ବି ବ୍ଲକ୍ର କର୍ଲାପାଟ, ନାକରୁଣ୍ଡି, ସିଲେଟ ଏବଂ ପାଡେପଦର ପଞ୍ଚାୟତର ବିଭିନ୍ନ ଗାଁରେ ଝାଡ଼ାବାନ୍ତି ବ୍ୟାପୁଥିବା ସୂଚନା ମିଳିଛି। ଦୁର୍ଗମ ଅଞ୍ଚଳରେ ଏଭଳି ଜରୁରୀକାଳୀନ ସମୟରେ ସ୍ବାସ୍ଥ୍ୟସେବା ଯୋଗାଇବା ସ୍ବାସ୍ଥ୍ୟ ବିଭାଗ ପ୍ରତି ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହି ରୋଗକୁ ନିୟନ୍ତ୍ରଣରେ ଆଣିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଚାରୋଟି ଟିମ୍ ଗଠନ କରି ଜରୁରୀ ସ୍ଥାନକୁ ପଠାଯାଇଥିବା ସୂଚନା ଦେଇଛନ୍ତି ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ନୀତୀଶ ଝା। ଆଜି ବି ବ୍ଲକ୍ର ଅନେକ ଦୁର୍ଗମ ଅଞ୍ଚଳକୁ ସ୍ବାସ୍ଥ୍ୟସେବା ଅପହଞ୍ଚ ହୋଇ ରହିଥିବା ବେଳେ ସଂସ୍ଥା ଦ୍ବାରା ପରିଚାଳିତ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକ ମଧ୍ୟ ଅବହେଳିତ ଅବସ୍ଥାରେ। ଆଉ ଜଣେ ଆଖିବୁଜିଲେ
Follow Us