ଜରାଜୀର୍ଣ୍ଣ ଅବସ୍ଥାରେ ଦୈତାରୀ ଡ୍ୟାମ

ଜରାଜୀର୍ଣ୍ଣ ଅବସ୍ଥାରେ ଦୈତାରୀ ଡ୍ୟାମ

ଦୈତାରୀ: ହରିଚନ୍ଦନପୁର ବ୍ଲକ୍‌ ଦୈତାରୀ ଠାରୁ ୩ କିମି ଦୂରରେ ଅବସ୍ଥିତ ଦୈତାରୀ ଡ୍ୟାମ ଜରାଜୀର୍ଣ୍ଣ ହୋଇପଡ଼ିଛି।    ଦିନ ଥିଲା ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିଲା। ଶହ ଶହ ପର୍ଯ୍ୟଟକ ଏଠାକୁ ଆସୁଥିଲେ। ଶୀତ ଦିନରେ ବେଶି ଭିଡ଼ ଲାଗୁଥିଲା। ଅନେକ ବଣଭୋଜି କରିବାକୁ ଆସୁଥିଲେ। ଅନେକ ଚଳଚ୍ଚିତ୍ରର ସୁଟିଂ ମଧ୍ୟ କରାଯାଉଥିଲା। ପର୍ଯ୍ୟଟକମାନେ ଭୋଜି କରିବା ସହ ବିଶ୍ରାମ ନେବାପାଇଁ ଏକ ଗେଷ୍ଟ ହାଉସ ଓ ଫଳ ବଗିଚା ଥିଲା।

ଏହି ଫଳ ବଗିଚାରେ ଆମ୍ବ, ଲିଚୁ, ଜାମୁରୋଳ ଓ ବିଭିନ୍ନ ପ୍ରକାରର ମୂଲ୍ୟବାନ ଗଛ ମଧ୍ୟ ଥିଲା। କିନ୍ତୁ ବର୍ତ୍ତମାନ ଏଠାକୁ ଆଉ ଆଗଭଳି ପର୍ଯ୍ୟଟକ ଆସୁନାହାଁନ୍ତି। ଗେଷ୍ଟ ହାଉସଟି ସମ୍ପୂର୍ଣ୍ଣ ଭାଙ୍ଗିଯିବା ସହ ଫଳ ବଗିଚା ନଷ୍ଟ ହୋଇଗଲାଣି। ଡ୍ୟାମକୁ ଯିବାପାଇଁ ଭଲ ରାସ୍ତା ମଧ୍ୟ ନାହିଁ। ତେବେ ସ୍ଥାନୀୟ ପ୍ରଶାସନ ଦ୍ଵାରା ଏହି ଡ୍ୟାମର ସୌନ୍ଦର୍ଯ୍ୟୀକରଣ, ରାସ୍ତା ନିର୍ମାଣ କାର୍ଯ୍ୟ କରାଗଲେ ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe