ଆଡ଼ପମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ

Advertisment
ଆଡ଼ପମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ

ପୁରୀ: ସମସ୍ତ ବାଧା ବିଘ୍ନ ସତ୍ତ୍ବେ ବହୁ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନେ ମହାପ୍ରଭୁଙ୍କୁ ସୁବିଧାରେ ଦର୍ଶନ କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ୩୫୦ରୁ ଊର୍ଦ୍ଧ୍ବ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ନାକଚଣା ଦ୍ବାର ପାର୍ଶ୍ବ ଦେଇ ଦର୍ଶନର ବନ୍ଦୋବସ୍ତ କରାଯାଇଛି। ସେମାନଙ୍କୁ ହ୍ବିଲ୍‌ ଚେୟାର୍‌ରେ ଆନନ୍ଦ ବଜାରର ଅପର ପାର୍ଶ୍ବରେ ପହଞ୍ଚାଯିବା ପରେ ସେଠାରୁ କିଛି ଦିବ୍ୟାଙ୍ଗଙ୍କୁ ସ୍ବେଚ୍ଛାସେବୀମାନେ ହାତରେ ଟେକି ନେଇ ଦର୍ଶନ ବ୍ୟବସ୍ଥା କରାଇଛନ୍ତି। ନବଦିନବ୍ୟାପୀ ଦର୍ଶନ ବ୍ୟବସ୍ଥା ମଧ୍ୟରେ କିଛିଦିନ ବିଶୃଙ୍ଖଳା ଦେଖା ଦେଇଥିଲା।

ବହୁ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଅବ୍ୟବସ୍ଥାର ଶିକାର ହୋଇ ଫେରିଥିଲେ। ତେବେ ଏସ୍‌ପି କନୱର ବିଶାଲ ସିଂହ ଓ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ବାରମ୍ବାର ହସ୍ତକ୍ଷେପ ପରେ ଏହି ସମସ୍ୟା ଦୂର ହୋଇଥିଲା। ଫଳରେ ବହୁ ଦିବ୍ୟାଙ୍ଗ ଓ ବରିଷ୍ଠ ଭକ୍ତ ଦର୍ଶନ କରି ଫେରିବାର ସୁଯୋଗ ପାଇପାରିଛନ୍ତି।ଏନେଇ ସ୍ବେଚ୍ଛାସେବୀ ସତ୍ୟନାରାୟଣ ସାହୁ କହିଛନ୍ତି, ଅଣ୍ଟାରେ ବଳ ନଥିଲେ ବି ଦୂର ଦୂରାନ୍ତରରୁ ବରିଷ୍ଠ ଓ ଦିବ୍ୟାଙ୍ଗମାନେ ସାହସ ନେଇ ଦର୍ଶନ ପାଇଁ ଆସୁଛନ୍ତି। ସେମାନଙ୍କର ଆବେଗକୁ ସାକାର ରୂପ ଦେବା ପାଇଁ ପ୍ରଶାସନ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଥିବା ବେଳେ ଆମକୁ ବି ସେମାନଙ୍କ ସେବା କରିବାର ସୁଯୋଗ ମିଳିଥିବାରୁ ଆମେ ଧନ୍ୟ ହୋଇଛୁ। ତେଣୁ ପ୍ରତିକୂଳ ପରିସ୍ଥିତିରେ ବି ସମସ୍ତ ସ୍ବେଚ୍ଛାସେବୀ ନିରବଚ୍ଛିନ୍ନ ସେବା ଯୋଗାଇ ଦେବାରୁ ଏହି ଉଦ୍ୟମ ସଫଳ ହୋଇଛି। ମହାପ୍ରଭୁଙ୍କ ଦର୍ଶନ ପରେ ସେମାନଙ୍କ ମୁହଁରେ ଯେଉଁ ଖୁସି ଉବୁକି ଆସୁଥିଲା ଓ ଆଶୀର୍ବାଦ ମିଳୁଥିଲା ତାହା ଆମ ପାଇଁ ଈଶ୍ବରଙ୍କ ଆଶୀର୍ବାଦ ତୁଲ୍ୟ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe