ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ, ଥାନାରେ ଏତଲା

ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ, ଥାନାରେ ଏତଲା

Public App

ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନାଞ୍ଚଳର ଜନୈକା ୨୦ ବର୍ଷ ବୟସ୍କା ଦିବ୍ୟାଙ୍ଗ (ମୂକ) ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଛି। ସେ ଶୌଚ ପାଇଁ ଯାଇଥିବା ବେଳେ ଉକ୍ତ ଥାନା ଚାମରପୁର ମିର୍ଦ୍ଧାପଡ଼ାର ରଞ୍ଜନ ମିର୍ଦ୍ଧା ତାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିବା ଥାନାରେ ଏତଲା ଦିଆଯାଇଛି। ଅଭିଯୋଗ ଆଧାରରେ ପୁଲିସ ଥାନା କେସ ନଂ. ୨୬୧/୨୨, ଆଇପିସିର ଦଫା ୩୬୬, ୩୭୬(୨)(ଆଇ)(ଏଲ)ରେ ମାମଲା ରୁଜୁ କରି ଅଭିଯୁକ୍ତ ରଞ୍ଜନକୁ ଥାନାକୁ ଆଣି ପଚରାଉଚରା କରୁଥିବା ଜଣାପଡ଼ିଛି।

ପୀଡ଼ିତାଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଏତଲାରେ ଦର୍ଶାଯାଇଛି ଯେ ବୁଧବାର ସନ୍ଧ୍ୟା ସାଢ଼େ ୫ଟା ବେଳେ ଦିବ୍ୟାଙ୍ଗ ଝିଅ ଶୌଚ ପାଇଁ ଏକାକୀ ଯାଉଥିବା‌ ବେଳେ ରଞ୍ଜନ ନିଛଟିଆ ସ୍ଥାନକୁ ଟେକି ନେଇ ଦୁଷ୍କର୍ମ କରିଥିଲା। ସେ ବହୁ ସମୟ ପର୍ଯ୍ୟନ୍ତ ଘରକୁ ନ ଆସିବାରୁ ପରିବାର ଲେକେ ଖୋଜିବାକୁ ଯାଇଥିଲେ। ଶୌଚ ସ୍ଥାନରେ ଚପଲ ଓ ବାଲ୍‌ଟି ପଡ଼ିଥିବା ବେଳେ କିଛି ଦୂରରେ ଝିଅ କାନ୍ଦୁଥିବା ଦେଖି ତାଙ୍କୁ ଘରକୁ ଆଣିଥିଲେ। ଘଟଣା ସ୍ଥଳରେ ଅଭିଯୁକ୍ତର ଚପଲ ଓ ମୋବାଇଲ ପଡ଼ିଥିବା ଅଭିଯୋଗରେ ଦର୍ଶାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe