ଦିଲ୍ଲୀ ଆଇଆଇଟିରେ ପାଠ ପଢ଼ିବେ ୭୦% ଦିବ୍ୟାଙ୍ଗ ସ୍ନେହା

Advertisment
ଦିଲ୍ଲୀ ଆଇଆଇଟିରେ ପାଠ ପଢ଼ିବେ ୭୦% ଦିବ୍ୟାଙ୍ଗ ସ୍ନେହା

କେନ୍ଦ୍ରାପଡ଼ା : ସ୍ନେହା ବେହେରା(୧୭) ଜନ୍ମରୁ ଦିବ୍ୟାଙ୍ଗ। କହୁଣୀ ପାଖରୁ ଡାହାଣ ହାତ ନାହିଁ। ୭୦ ପ୍ରତିଶତ ଦିବ୍ୟାଙ୍ଗ ହୋଇ ମଧ୍ୟ କଠିନ ଅଧୢବସାୟ ଓ ଆତ୍ମବିଶ୍ବାସ ବଳରେ ସେ ଜେଇଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଦିଲ୍ଲୀ ଆଇଆଇଟିରେ ପାଠ ପଢ଼ିବାର ସୁଯୋଗ ପାଇଛନ୍ତି। ଯାବତୀୟ ପ୍ରତିକୂଳ ପରିସ୍ଥିତିକୁ ମାତ୍‌ ଦେଇ ସ୍ନେହା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

ରାଜକନିକା ବ୍ଲକ୍‌ ବାଘବୁଦା ପଞ୍ଚାୟତ ଆରସା ଗାଁର ସ୍ନେହାଙ୍କ ବାପା-ମା’ ବି ଦିବ୍ୟାଙ୍ଗ। ଦୁଇ ଝିଅଙ୍କ ମଧ୍ୟରୁ ସ୍ନେହା ବଡ଼। ରାଜକନିକା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପ୍ରଥମରୁ ପଞ୍ଚମ ଯାଏ ସ୍ନେହା ପାଠ ପଢ଼ିଲା ବେଳେ ତାଙ୍କ ପ୍ରତିଭା ପଦାକୁ ଆସିଥିଲା। ମାଟ୍ରିକ୍‌ରେ ୯୩.୭ ପ୍ରତିଶତ ନମ୍ବର ରଖି ସେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ଡାକ୍ତର ହେବା ତାଙ୍କର ସ୍ବପ୍ନ ଥିଲା। କିନ୍ତୁ ଶାରୀରିକ ଅକ୍ଷମତା ପାଇଁ ମେଡିକାଲ୍‌ ପାଠପଢ଼ା ଓ ଡାକ୍ତର ହେବା ସମ୍ଭବ ନୁହେଁ ବୋଲି ଜାଣିବା ପରେ ସେ ଇ˚ଜିନିୟରି˚ ଶିକ୍ଷା ପ୍ରତି ମନ ବଳାଇଥିଲେ।

ଜେଇଇ ମେନ୍‌ ପରୀକ୍ଷାରେ ଦିବ୍ୟାଙ୍ଗ ବର୍ଗ (ପିଡବ୍ଲୁଡି)ରେ ୧୧୮ରୢାଙ୍କ ହାସଲ କରି ଏବେ ଦିଲ୍ଲୀ ଆଇଆଇଟିରେ ୪ ବର୍ଷ ପାଇଁ ଇଲେକ୍ଟ୍ରିକାଲ୍‌ ଇ˚ଜିନିୟିର˚ ପାଠ୍ୟକ୍ରମରେ ପାଠ ପଢ଼ିବାର ସୁଯୋଗ ପାଇଛନ୍ତି। ସ୍ନେହାଙ୍କ ସଫଳତା ପାଇଁ ଜିଲ୍ଲାପାଳ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଜିଲ୍ଲା ରେଡକ୍ରସ୍‌ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୬୦ ହଜାର ଟଙ୍କାର ଚେକ୍‌ ଦେଇଛନ୍ତି। ସ୍ନେହା କହିଛନ୍ତି ଯେ କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ରହିଲେ ସଫଳତା ନିଶ୍ଚୟ ମିଳିବ। ଏବେ ଇ˚ଜିନିୟରି˚ ପାଠପଢ଼ା ସହ ୟୁପିଏସ୍‌ସି ପାଇଁ ପ୍ରସ୍ତୁତି କରିବି। ଜଣେ ଆଇଏଏସ୍‌ ହେବା ପାଇଁ ଲକ୍ଷ୍ୟ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe