ଶ୍ରଦ୍ଧାବାନ ପାଠକ ଉପେନ୍ଦ୍ର; କଷ୍ଟରେ ଜୀବନ ଅତିବାହିତ କରନ୍ତି, କିନ୍ତୁ ଖବରକାଗଜ ପ୍ରତିଦିନ ପଢ଼ନ୍ତି

ଶ୍ରଦ୍ଧାବାନ ପାଠକ ଉପେନ୍ଦ୍ର; କଷ୍ଟରେ ଜୀବନ ଅତିବାହିତ କରନ୍ତି, କିନ୍ତୁ ଖବରକାଗଜ ପ୍ରତିଦିନ ପଢ଼ନ୍ତି

ଝାରସୁଗୁଡ଼ା: ଡିଜିଟାଲ ଯୁଗରେ ମୁଦ୍ରିତ ଖବରର ଚାହିଦା ପୂର୍ବ ଭଳି ଜାରି ରହିଛି। ଖବରକାଗଜର ବିଭିନ୍ନ ପୃଷ୍ଠାରୁ ବିଭିନ୍ନ ଭିନ୍ନ ଭିନ୍ନ ପ୍ରକାରର ଖବର ପଢ଼ିବା ମଜା ନିଆରା। ସେଥିପାଇଁ ଆଜି ବି ପାଠକମାନେ ସକାଳୁ ଖବରକାଗଜକୁ ଅପେକ୍ଷା କରୁଥିବା ଦୃଷ୍ଟିଗୋଚର ହେଉଛି। ଏହାର ଜ୍ବଳନ୍ତ ଉଦହାରଣ ହେଉଛନ୍ତି ଝାରସୁଗୁଡ଼ା ସହରର ଜଣେ ଦିବ୍ୟାଙ୍ଗ ବୃଦ୍ଧ ଉପେନ୍ଦ୍ର।

ଝାରସୁଗୁଡ଼ା ସହରର ଷ୍ଟେସନ ଛକ କନକ ଦୁର୍ଗା ମନ୍ଦିର ସମ୍ମୁଖରେ ଟ୍ରାଇସାଇକେଲ ଉପରେ ବସି ‘ସମ୍ବାଦ’ ଖବରକାଗଜ ପଢ଼ୁଥିବା ଏହି ଦିବ୍ୟାଙ୍ଗ ବୃଦ୍ଧ ବ୍ୟକ୍ତିଙ୍କୁ ଅନେକ ଲୋକ ଦେଖିଥିବେ। ତାଙ୍କ ନାମ ଉପେନ୍ଦ୍ର ଦନ୍ତା। ବୟସ ୭୦ ଛୁଇଁଲାଣି। ଦୀର୍ଘ ବର୍ଷ ତଳେ ଦୁରାରୋଗ୍ୟରେ ଆକ୍ରାନ୍ତ ହେବା ଫଳରେ ଦିବ୍ୟାଙ୍ଗ ପାଲଟି ଯାଇଥିଲେ। ଏଭଳି ପରିସ୍ଥିତିରେ ତାଙ୍କ ବଞ୍ଚିବା, ଚଳିବା କଷ୍ଟସାଧ୍ୟ ହୋଇ ପଡ଼ିବା ସ୍ବାଭାବିକ।

ତେବେ ଅତି କଷ୍ଟରେ ଜୀବନ ଅତିବାହିତ କରୁଥିବା ସତ୍ତ୍ବେ ସେ ପ୍ରତିଦିନ ‘ସମ୍ବାଦ’ ଖବର କାଗଜ ପଢ଼ିଥାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ କଥା ସେ ସ୍ଥାନୀୟ କାଉଣ୍ଟରୁ ପ୍ରତିଦିନ ‘ସମ୍ବାଦ’ ଖବର କାଗଜ କିଣିଥାନ୍ତି ଓ ତାକୁ ଅମୂଳଚୁଳ ପଢ଼ିଥାନ୍ତି। ‘ସମ୍ବାଦ’ ପଢ଼ିବା ତାଙ୍କ ଏକ ଅଭ୍ୟାସ ବୋଲି ସେ କୁହନ୍ତି। ଯେଉଁ ଦିନ ତାଙ୍କ ପା‌ଖରେ ପଇସା ନଥାଏ ସେହିଦିନ କାଉଣ୍ଟରେ ବାକି ରଖି ‘ସମ୍ବାଦ’ କିଣି ନେଇଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe