ପୁରୀ: ନିର୍ବନ୍ଧ ଥିଲା ଅସହାୟ କର୍କଟରୋଗୀ ପାଇଁ ଉତ୍ସର୍ଗ । ନଥିଲା କେକ୍ କିମ୍ବା ସେଲିବ୍ରେସନ୍। ହିନ୍ଦୁ ରୀତିନୀତିରେ ପୂଜ୍ୟ ସାଧୁ ସନ୍ଥଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିବା ଦମ୍ପତି । ନିମାପଡ଼ା ସିଦ୍ଧେଶ୍ୱର ମନ୍ଦିରରେ ଅନୁଷ୍ଠିତ ନିର୍ବନ୍ଧ କର୍ଯ୍ୟକ୍ରମ ଗୁରୁଙ୍କ ଚରଣରେ ପ୍ରଣିପାତ କରିବା ପରେ, ପୁଷ୍ପମାଲ୍ୟ ଦେଇ ଆଶୀର୍ବାଦ ଭିକ୍ଷା କରିଥିଲେ ଉଭୟେ। ପରେ ଜଣେ ଅସହାୟ କର୍କଟ ରୋଗୀ ପାଇଁ ହୁଣ୍ଡି ଦାନ କରିବା ପରେ ସର୍ବ ସମ୍ମୁଖରେ ଭାଙ୍ଗି ଥିଲେ । ସମୁଦାୟ 17 ହଜାର 100 ଟଙ୍କାକୁ ସର୍ବ ସମ୍ମୁଖରେ କର୍କଟ ରୋଗରେ ପୀଡିତ କୁନି ଝିଅ ଜାଗୃତି କୁ ପ୍ରଦାନ କରାଯାଇଥିଲା।
ନିର୍ବନ୍ଧରେ ଯୁବ ସାମ୍ବାଦିକ ବିକାଶ ଚନ୍ଦ୍ର ବାରିକ ଏବଂ ଅଭିଲିପ୍ସା ଆପଣେଇ ଥିଲେ ଏମିତି କିଛି ନିଆରା ପରମ୍ପରା। କଳ୍ପତରୁ ଆଶ୍ରମର ପୂଜ୍ୟ ଗୁରୁ ବାବା ବ୍ରହ୍ମାନନ୍ଦ ସରସ୍ଵତୀ, ଅଭିରାମ ପରମହଂସଙ୍କ ମଠର ପୂଜ୍ୟ ଗୁରୁ ରାଧାରମଣ ବାବାଙ୍କୁ ପ୍ରଥମେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ଗୁରୁ ଆଶିଷ ଭିକ୍ଷା କରିଥିଲେ ଦୁହେଁ । ଓଡ଼ିଶାର ବରେଣ୍ୟ ବ୍ୟକ୍ତିଙ୍କ ଗହଣରେ ହୁଣ୍ଡିଭଙ୍ଗା ଯାଇ ଅର୍ଥ ପ୍ରଦାନ କରାଯାଇଥିଲା। ଆମ ସମାଜରେ ସାହାଯ୍ୟର ଆବଶ୍ୟକତା ରହିଛି । ଏହି ମାନସିକତା ଜାରି ରଖିବାକୁ ପଡିବ । ଜୀବନ ଯେତିକି ଦିନି ଅଛି, କିଛି ଛାପ ଚଡ଼ିଲେ ପରବର୍ତୀ ପିଢ଼ି ମନେ ରଖିବ ବୋଲି ବିକାଶ ଓ ଅଭିଲିପସା ମତବ୍ୟକ୍ତ କରିଥିଲେ ।
ଆହୁରି ପଢନ୍ତୁ- Fire Cloth Store ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭାଇବାକୁ ଅଗ୍ନିଶମ ବିଭାଗର ୫୦ କର୍ମଚାରୀ ନିୟୋଜିତ
ସେପଟେ କର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓଡ଼ିଶାର ଜଣାଶୁଣା ବରେଣ୍ୟ ବ୍ୟକ୍ତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ । ଉପସ୍ଥିତ ରହିଥିଲେ ଓଡ଼ିଶା ସମାଜସେବୀ ମହାସଂଘର ସଭାପତି ନାରାୟଣ ଚନ୍ଦ୍ର ଓଝା, ଅର୍ଗସ ଚ୍ୟାନେଲର excutive ଏଡ଼ିଟର ଦୂର୍ଗାଶିଶ, ଫୋକୋସ ପ୍ଲସର ମୁଖ୍ୟ ସୁଧାଂଶୁ ରାଉତ, ଅର୍ଗସ ଡିଜିଟାଲ ମୁଖ୍ୟ ସଂଗ୍ରାମ ଷଡ଼ଙ୍ଗୀ, ଓଟିଭିର ବରିଷ୍ଠ ରିପୋର୍ଟର ଲକ୍ଷ୍ମୀନାରାୟଣ କାନୁନଗୋ, ଜ୍ଞାନଦର୍ଶୀ ସାହୁ, ଯୁବ ବିକାଶ ପରିଷଦର ସଭାପତି ନିରଞ୍ଜନ ସାହୁ, ସମ୍ପାଦକ ଚନ୍ଦ୍ରକାନ୍ତ ବରାଳଏବଂ ଅନ୍ୟ ବରେଣ୍ୟ ଅତିଥି । ଏଭଳି ନିଆରା ନିର୍ବନ୍ଧକୁ ନେଇ ସମସ୍ତେ ପ୍ରଶଂସା କରିବା ସହ ସାଧୁବାଦ୍ ଜଣାଇ ଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2026/01/08/untitled-8-2026-01-08-13-42-33.jpg)