ଛାଡ଼ଖାଇ ପାଇଁ ବଜାରରେ ଆନ୍ଧ୍ର, ତାମିଲନାଡୁର ବିଭିନ୍ନ ରକମର କୁକୁଡ଼ା

ଛାଡ଼ଖାଇକୁ ଆଖିଆଗରେ ରଖି ଏବେ ଆନ୍ଧ୍ରପ୍ରଦେଶରୁ କିଛି ବେପାରୀ ମାଲକାନଗିରି ସହରର ବିଭିନ୍ନ ସ୍ଥାନରେ ଆନ୍ଧ୍ର ଓ ତାମିଲନାଡୁ ଅଂଚଳର ବିଭିନ୍ନ ରକମର କୁକୁଡା ପସରା ମେଲାଇ ଦେଇଛନ୍ତି।

Mkg Andhra cock at mkg

ମାଲକାନଗିରି: ଦିନକ ପରେ ଛାଡ଼ଖାଇ। ଛାଡ଼ଖାଇକୁ ଆଖିଆଗରେ ରଖି ଏବେ ଆନ୍ଧ୍ରପ୍ରଦେଶରୁ କିଛି ବେପାରୀ ମାଲକାନଗିରି ସହରର ବିଭିନ୍ନ ସ୍ଥାନରେ ଆନ୍ଧ୍ର ଓ ତାମିଲନାଡୁ ଅଂଚଳର ବିଭିନ୍ନ ରକମର କୁକୁଡା ପସରା ମେଲାଇ ଦେଇଛନ୍ତି। ଛୋଟରୁ ବଡ କୁକୁଡା ଏଠାରେ ମିଳୁଥିବା ଦେଖିବାକୁ ମିଳିଛି। କଡକନାଥ ହେଉ ବା ଟର୍କି, ଦେଶୀ ହେଉ ବା ରାଜସ୍ଥାନୀ କୁକୁଡା ଏଠାରେ ମିଳୁଛି। ସବୁର ଦାମ ଅଲଗା ଅଲଗା ରହିଛି।

ଆନ୍ଧ୍ର ଦେଶୀ କୁକୁଡା ଗୋଟିଏକୁ ୫ ଶହରୁ ଆରମ୍ଭ ହୋଇ ୨ ହଜାର ପର୍ଯ୍ୟନ୍ତ ରହିଥିବା ବେଳେ କଡକନାଥ କୁକୁଡା ମଧ୍ୟ ଦାମ ଅଧିକା ରହିଛି।ସେହିପରି ଟର୍କି କୁକୁଡା ଗୋଟାକୁ ୧୨ ଶହ ଟଂକା ଲେଖାଏଁ ବିକ୍ରି କରାଯାଉଛି। କାର୍ତ୍ତିକ ମାସ ସାରା ଆମିଷ ଭୋଜନ କରିନଥିବାରୁ ଛାଡଖାଇରେ ଲୋକେ ମାଛ ଓ ମାଂସ ଖାଇବାକୁ ପସନ୍ଦ କରିଥାନ୍ତି।ତେଣୁ ବେପାରୀମାନେ ମଧ୍ୟ ଛାଡଖାଇକୁ ଆଖିଆଗରେ ରଖି ନିଜ ଦୋକାନରେ କୁକୁଡା ଜମାଇବାରେ ଲାଗିଛନ୍ତି।ଗାଁ ଗାଁରେ ସ୍ଥାନୀୟ ଦଲାଲ ଦେଶୀ କୁକୁଡା ଏବଂ ଛେଳୀ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି।

ଲୋକଙ୍କର ଚାହିଦାକୁ ଦେଖି ବେପାରୀ ମଧ୍ୟ ଦରଦାମ ବୃଦ୍ଧି କରିବେ। ଯାହାକୁ ନେଇ ଅସଂତୋଷ ମଧ୍ୟ ବଢୁଛି। ଆନ୍ଧ୍ରରୁ ଆସିଥିବା ବେପାରୀଙ୍କ କହିବା ହେଲା ଏହି କୁକୁଡା ଛାଡଖାଇ ପାଇଁ ମଧ୍ୟ ହେବ ନଚେତ ଏହାକୁ ଘରେ ରଖି ଆହୁରି କୁକୁଡା ଉତ୍ପାଦନ ମଧ୍ୟ କରାଯାଇପାରିବ। ତେଣୁ ପ୍ରତିବର୍ଷ ଏହି ସମୟରେ ଆମେ ମାଲକାନଗିରି ଆସି ବିଭିନ୍ନ ରାଜ୍ୟର କୁକୁଡା ଆଣି ବିକ୍ରି କରିଥାଉ ବୋଲି ଆନ୍ଧ୍ର ବେପାରୀ କହନ୍ତି। ଲୋକେ ମଧ୍ୟ ଆନ୍ଧ୍ର କୁକୁଡା ନେବାକୁ ଭିଡ ଜମାଉଥିବା ଲକ୍ଷ୍ୟ କରାଯାଇଛି। ଛାଡଖାଇରେ ବେଶ ଭଲ ରୋଜଗାର କରିବେ ବୋଲି ଆନ୍ଧ୍ର ବେପାରୀ ଆଶା ପ୍ରକଟ କରିଛନ୍ତି।

ସେହିପରି ସ୍ଥାନୀୟ ବେପାରୀ ମଧ୍ୟ ଆସନ୍ତା ଛାଡଖାଇରେ ଭଲ ବେପାର ପାଇଁ ଏବେ ଠାରୁ ସଜବାଜ ହେଲେଣି। ଏପରିକି ଏବେ ଠାରୁ ଗ୍ରାହକମାନଙ୍କର ବରାଦ ମଧ୍ୟ ନେଇସାରିଲେଣି। ଛାଡ଼ଖାଇରେ ଜିଲ୍ଲାରେ ୫୦ ଲକ୍ଷରୁ ଊର୍ଦ୍ଧ୍ବ ଟଂକାର ବେପାର ହେବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe