ଇତିହାସ ରଚିଲେ ସରପଞ୍ଚ: ଡ୍ରୋନ୍‌ରେ ଭିନ୍ନକ୍ଷମଙ୍କୁ ପହଞ୍ଚାଇଲେ ଭତ୍ତା

Advertisment
ଇତିହାସ ରଚିଲେ ସରପଞ୍ଚ: ଡ୍ରୋନ୍‌ରେ ଭିନ୍ନକ୍ଷମଙ୍କୁ ପହଞ୍ଚାଇଲେ ଭତ୍ତା

ନୂଆପଡା: ଡ୍ରୋନ୍‌ରେ ପହଞ୍ଚିଲା ଭିନ୍ନକ୍ଷମ ଭତ୍ତା। ଡ୍ରୋନ୍‌ରେ ଭିନ୍ନକ୍ଷମ ଭତ୍ତା ହିତାଧିକାରୀଙ୍କ ପାଖକୁ ପହଞ୍ଚାଇ ଇତିହାସ ସୢଷ୍ଟି କରିଛନ୍ତି ନୂଆପଡା ଜିଲ୍ଲା ଛତିଶଗଡ଼ ସୀମାନ୍ତ ଭାଲେଶ୍ବର ପଞ୍ଚାୟତର ସରପଞ୍ଚ। ଭାଲେଶ୍ବର ପଞ୍ଚାୟତର ୫ ନମ୍ବର ୱାଡ ଭୁତକାପଡା ଗାଁ ଘଞ୍ଚଜଙ୍ଗଳ ମଧ୍ୟରେ ଅବସ୍ଥିତ। ପଞ୍ଚାୟତ କାର୍ଯ୍ୟାଳୟଠାରୁ ପ୍ରାୟ ୨ କିଲୋମିଟର ଦୂର । ଏହି ଗାଁର ଭିନ୍ନକ୍ଷମ ହେତରାମ ସତନାମୀଙ୍କ ମଧୁବାବୁ ପେନସନ୍ ମଞ୍ଜୁରୀ ହୋଇଛି । ହିତାଧିକାରୀଙ୍କୁ ଭତ୍ତା ପାଇଁ ପଞ୍ଚାୟତକୁ ଆସିବାକୁ ପଡିଥାଏ । କିନ୍ତୁ ପଞ୍ଚାୟତର ସରପଞ୍ଚ ସରୋଜ ଅଗ୍ରୱାଲ ନୂତନ ବୈଷୟିକ ଜ୍ଞାନକୌଶଳରେ ଡ୍ରୋନ୍‌ ଯୋଗେ ମଧୁବାବୁ ପେନସନ୍ ହିତାଧିକାରୀଙ୍କ ଘରକୁ ପଠାଇଛନ୍ତି। ଆଗାମୀ ଦିନରେ ମଧ୍ୟ ତାଙ୍କୁ ଡ୍ରୋନରେ ଭତ୍ତା ପଠାଯିବ ବୋଲି ସେ କହିଛନ୍ତି। ଭିନ୍ନକ୍ଷମଙ୍କୁ ଆଉ ପଞ୍ଚାୟତ ଆସିବାକୁ ପଡିବ ନାହିଁ ବୋଲି ସରପଞ୍ଚ କହିଛନ୍ତି । ଡ୍ରୋନ ଯୋଗେ ଭତ୍ତା ଘରେ ପାଇ ଥିବାରୁ ଭିନ୍ନକ୍ଷମ ହିତାଧିକାରୀ ମଧ୍ୟ ଖୁସି ଅଛନ୍ତି,।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe