ଜୟପୁର: ଏବେ ଯେଉଁଠି ଦେଖିବେ ଲଭ୍, ସେକ୍ସ୍ ଓ ଧୋକାର ଅଭିଯୋଗ। ଆଉ ପ୍ରେମର ପରିଭାଷା ବଦଳିଛି ପ୍ରେମୀ ଯୁଗଳଙ୍କ ମଧ୍ୟରେ। କିନ୍ତୁ ତାହାରି ମଧ୍ୟରେ ବଞ୍ଚି ରହିଛି ପ୍ରେମ ଶାଶ୍ବତ ଓ ଚିରନ୍ତନ। ହେଲେ ଏମିତିବି ପ୍ରେମୀ ଯୁଗଳ ଅଛନ୍ତି ପ୍ରେମ ଦିବସ କଣ ଜାଣନ୍ତିନି। ହେଲେ ଜଣେ ଦିବ୍ୟାଙ୍ଗ ପ୍ରେମିକ ମୁନ୍ନା ପାଇଁ ସମର୍ପିତ ପ୍ରେମିକା ଅନିତାଙ୍କ ସଂପର୍କରେ ଆମେ ଭାଲେଣ୍ଟାଇନ୍ ଡେ’ ଅବସରରେ ସ୍ବତନ୍ତ୍ର ଭାବେ ଉପସ୍ଥାପନ କରୁଛୁ। ଜୟପୁର ଖାଲ ସାହି ଅଂଚଳର ଦିବ୍ୟାଙ୍ଗ ମୁନ୍ନା ପରଜା ଓ ପେଟା ଅଂଚଳର ଅନିତା ପରଜା ହେଉଛନ୍ତି ପ୍ରେମୀ ଯୁଗଳ। ଗତ ଦେଢ଼ ବର୍ଷ ହେବ ଦୁହେଁ ଦୁହିଁଙ୍କୁ ଭଲ ପାଇଁ ଜୀବନ ସାଥି ବନିଛନ୍ତି। ଆଉ ୮ମାସର କୁନି ପୁଅକୁ ନେଇ ବେଶ ଖୁସି ଅଛନ୍ତି ଉଭୟ। ୫ବର୍ଷ ବୟସରେ ମୁନା କେଉଁ ଏକ ଅଜଣା ରୋଗରେ ପଡ଼ି ଆଖି ହରାଇଛନ୍ତି। କିନ୍ତୁ ଏପରି ଘଟଣା ଜାଣି ମଧ୍ୟ ଅନିତା ମୁନ୍ନାଙ୍କୁ ଜୀବନ ସାଥି ଭାବେ ବାଛିଛନ୍ତି। ଏବଂ ଉଭୟଙ୍କ ପରିବାର ସୁରଖୁରରେ ଚାଳିଛି।
ଏବେ ଚାଲିଛି ପ୍ରେମ ଋତୁ ବସନ୍ତ ଏଥିରେ ପ୍ରେମ ସପ୍ତାହ। ତେଣୁ ସହରର ବହୁ ପ୍ରେମୀ ଯୁଗଳ ବେଶ ଆନନ୍ଦର ସହକାରେ ପାଳନ କରୁଛନ୍ତି। କିନ୍ତୁ ମୁନ୍ନାଓ ଅନିତା ପ୍ରେମୀ ଯୁଗଳ ହୋଇଥିଲେ ବି ପ୍ରେମ ଦିବସ ବୋଲି ଗୋଟିଏ ଦିନ ରହିଛି କିନ୍ତୁ ସେମାନେ ଜାଣନ୍ତିନି। ଅପରପକ୍ଷରେ ମୁନ୍ନାଙ୍କ ଆଖି ହରାଇଥିବାରୁ ସେ କିଛି କାମ ଧନ୍ଦା କରି ପାରୁନାହାନ୍ତି। ଅନିତା ସନ୍ତୋଷୀ ମା ନଗରର ଦୁଇରୁ ତିନି ଦିନ ଘରୋଇ କାମ କରି ବାସନ କୁସନ ମାଜି ଯାହା ମିଳୁଛି ସେଥିକିରେ ପରିବାର ପ୍ରତିପୋଷଣ କରୁଛନ୍ତି। ସାଙ୍ଗରେ କୁନି ଛୁଆ ସହ ମୁନ୍ନାଙ୍କୁ ନେଇକି ଯାଆନ୍ତି। ସେଇଠି ଅନିତା କାମ କରେ ମୁନ୍ନା ଛୁଆ କୁ ଧରିକି ବସେ କାମ ସରିଲେ ପୁଣି ମିଶିକି ଫେରନ୍ତି। ଆଜିର ଏହି ପ୍ରେମ ଦିବସରେ ଅନିତା ଓ ମୁନାଙ୍କ ଭଳି ପ୍ରେମୀ ଯୁଗଳ ଅନେକ ପ୍ରେମିକ ପ୍ରେମିକାଙ୍କ ପାଇଁ ଉଦାହରଣ ସାଜିବେ।
Follow Us