ଦିଗପହଣ୍ଡିରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ସାକା ସୁଜିତ ହେଲେ ନୂଆ ପ୍ରାର୍ଥୀ

Advertisment
ଆଞ୍ଚଳିକ ବୈଷମ୍ୟ କମିଟି ଗଠନ କରାଯାଉ: କଂଗ୍ରେସ

ଭୁବନେଶ୍ବର: ଭାରତୀୟ ଜାତୀୟ କଂଗ୍ରେସ ଗଂ‌ଜାମ ଜିଲ୍ଲା ଦିଗପହଣ୍ଡି ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଛି। ଏଠାରେ ସାକା ସୁଜିତ୍ କୁମାରଙ୍କୁ କଂଗ୍ରେସ ନୂତନ ପ୍ରାର୍ଥୀ କରିଛି। ପୂର୍ବରୁ ଶ୍ରୀଧର ଦେବଙ୍କ ନାମ ଘୋଷଣା କରିଥିଲା କଂଗ୍ରେସ।

ସୂଚନାଯୋଗ୍ୟ, କଂଗ୍ରେସ ଗତ ୧୪ ତାରିଖ ଦିନ ଶ୍ରୀଧର ଦେବଙ୍କ ନାମ ଦିଗପହଣ୍ଡି ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ଏବେ ସେଠାରେ ପ୍ରାର୍ଥୀ ପରିବର୍ତ୍ତନ କରିଛି। ଏହି ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ (ବିଜେଡି)ରୁ ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର ପ୍ରାର୍ଥୀ ହୋଇଛନ୍ତି। ସେହିପରି ଅଭିନେତା ତଥା ପୂର୍ବତନ ‌ଲୋକସଭା ସାଂସଦ ସିଦ୍ଧାନ୍ତ ମହାପାତ୍ର ବିଜେପି ଟିକେଟ୍‌ରେ ମଇଦାନ୍‌କୁ ଓହ୍ଲାଇଛନ୍ତି। ଏଥର ଏହି ଆସନରେ କଡ଼ା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe