ପୁରୀର ବହୁଚର୍ଚ୍ଚିତ ଏମାର ମଠରେ ଗୁପ୍ତଧନ ଥିବା ସନ୍ଦେହ: ଆରମ୍ଭ ହେଲା ଖୋଦନ, ମିଳିଲା ଲୁହାଖଣ୍ଡ

Advertisment
ଏମାର ମଠରେ ଖୋଦନ ଶେଷ: ମିଳିଲାନି ରୁପା ଇଟା

ପୁରୀ: ପୁରୀର ବହୁଚର୍ଚ୍ଚିତ ଏମାର ମଠରେ ଗୁପ୍ତଧନ ଥିବା ସନ୍ଦେହ ଉପୁଜିବା ପରେ ସେଠାରେ ଖୋଦନ ଆରମ୍ଭ ହୋଇଥିବାର ଖବର ମିଳିଛି। ମାଜିଷ୍ଟ୍ରେଟ୍, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ଟ୍ରଷ୍ଟବୋର୍ଡ ସଦସ୍ୟ, ଉଚ୍ଚପଦସ୍ଥ ପୁଲିସ୍ ଅଧିକାରୀ ଏବଂ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ କରାଯାଉଥିବା ନେଇ ସୂଚନା ରହିଛି। ମାଟି ତଳୁ  ଲୁହା ବାହାରିଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଗତ ୨୦୨୧ ଅଗଷ୍ଟ ୧୬ ତାରିଖରେ ପୁରୀର ବହୁଚର୍ଚ୍ଚିତ ଏମାର ମଠରେ ଗୁପ୍ତଧନ ଥିବା ସନ୍ଦେହ କରି ଦେବୋତ୍ତର ବିଭାଗ, ପୋଲିସ ଅଧିକାରୀ, ପ୍ରଶାସନିକ ଅଧିକାରୀ ଓ ଟ୍ରଷ୍ଟ ବୋର୍ଡ ସଦସ୍ୟଙ୍କ ଉପସ୍ଥିତିରେ ମେଟାଲ୍ ଡିଟେକ୍ଟର ଯୋଗେ ଯାଞ୍ଚ କରାଯାଇଥିଲା। ଚଟାଣ ତଳେ ଧାତବ ପଦାର୍ଥ ଓ ଦୁର୍ଲଭ ପଦାର୍ଥ ଥିବା ସନ୍ଦେହରେ ତିନି ଚାରୋଟି ସ୍ଥାନକୁ ଚିହ୍ନଟ କରାଯାଇଥିଲା। ତେବେ ଯେଉଁ ମେଟାଲ୍ ଡିଟେକ୍ଟର ଯୋଗେ କିଛି ସ୍ଥାନକୁ ଯାଞ୍ଚ କରାଯାଇଥିଲା ତାହା ଦେଢଫୁଟ ପର୍ଯ୍ୟନ୍ତ ଯାଉଥିବାରୁ ଗୁପ୍ତଧନ ଠାବ ସମ୍ଭବପର ହୋଇନଥିଲା। ଅନୁନ୍ୟ ୪ରୁ ୫ଫୁଟ ଗଭୀରତା ଯାଏଁ ଯାଉଥିବା ମେଟାଲ୍ ଡିଟେକ୍ଟରର ଆବଶ୍ୟକତା ଥିବା ସେତେବେଳେ କୁହାଯାଇଥିଲା।

publive-image

ତେବେ ଆଜି ପୁର୍ନବାର ଅତ୍ୟାଧୁନିକ ମେଟାଲ୍ ଡିଟେକ୍ଟର ଯୋଗେ ଚିହ୍ନଟ ସ୍ଥାନକୁ ଯାଞ୍ଚ କରାଯାଉଛି। ଦେବୋତ୍ତର ବିଭାଗ, ପୋଲିସ, ପ୍ରଶାସନିକ ଅଧିକାରୀ ଓ ଟ୍ରଷ୍ଟବୋର୍ଡ ସଦସ୍ୟଙ୍କ ଉପସ୍ଥିତିରେ ଗୁପ୍ତଧନ ଥିବା ନେଇ ପୁର୍ନବାର ଯାଞ୍ଚ କରାଯାଉଛି। ତେବେ ଵହୁଚର୍ଚ୍ଚିତ ଏମାରମଠରୁ ୨୦୧୧ରେ ୫୨୨ ଖଣ୍ଡ ରୂପା ଇଟା ବାହାରିବା ପରେ ଗତବର୍ଷ ମଧ୍ୟ ପୁର୍ନବାର ୪୫ ଖଣ୍ଡ ରୂପାଇଟା ବାହାରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ଓ ଆଉକିଛି ଗୁପ୍ତଧନ ବାହାରିବା ଆଶାରେ ଆଜି ପୁର୍ନବାର ଯାଞ୍ଚ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe