ଦୀଘା 'ଜଗନ୍ନାଥ ମନ୍ଦିର' 'ଜଗନ୍ନାଥ ଧାମ' ନୁହେଁ: ଗଜପତି ଦିବ୍ୟସିଂହ ଦେବ

ପୁରୀ ରାଜା ଗଜପତି ଦିବ୍ୟସିଂହ ଦେବ କହିଛନ୍ତି, ପଶ୍ଚିମବଙ୍ଗର ପୂର୍ବ ମେଦିନାପୁରର ଦୀଘାରେ ନବନିର୍ମିତ ଶ୍ରୀ ଜଗନ୍ନାଥ ମନ୍ଦିରକୁ "ଜଗନ୍ନାଥ ଧାମ" ତଥା "ଜଗନ୍ନାଥ ଧାମ ସାଂସ୍କୃତିକ କେନ୍ଦ୍ର" ଭାବରେ ନାମିତ କରାଯାଇଛି। ତେବେ ଦୀଘା 'ଜଗନ୍ନାଥ ମନ୍ଦିର' 'ଜଗନ୍ନାଥ ଧାମ' ନୁହେଁ...

Digha 'Jagannath Temple' not 'Jagannath Dham': Gajapati Dibyasingh Dev

Digha 'Jagannath Temple' not 'Jagannath Dham': Gajapati Dibyasingh Dev Photograph: (sambad.in)

ପୁରୀ: ପଶ୍ଚିମବଙ୍ଗର ଦୀଘାରେ ନବନିର୍ମିତ ଜଗନ୍ନାଥ ମନ୍ଦିରକୁ ନେଇ ଚାଲିଥିବା ବିବାଦ ନେଇ ପୁରୀ ଗଜପତି ରାଜା ଦିବ୍ୟସିଂହ ଦେବ ସୋମବାର ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ, ଦୀଘା 'ଜଗନ୍ନାଥ ମନ୍ଦିର' 'ଜଗନ୍ନାଥ ଧାମ' ନୁହେଁ।

ପ୍ରେସ୍ ରିଲିଜ୍‌ରେ ପୁରୀ ରାଜା କହିଛନ୍ତି, ଆମେ ବିଭିନ୍ନ ଗଣମାଧ୍ୟମରୁ ଜାଣିବାକୁ ପାଇଲୁ ଯେ, ପଶ୍ଚିମବଙ୍ଗର ପୂର୍ବ ମେଦିନାପୁରର ଦୀଘାରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରକୁ “ଜଗନ୍ନାଥ ଧାମ” ତଥା “ଜଗନ୍ନାଥ ଧାମ ସାଂସ୍କୃତିକ କେନ୍ଦ୍ର” ନାମରେ ନାମିତ କରାଯାଇଛି।

ଏହି ପରିପ୍ରେକ୍ଷୀରେ, ଆମେ ୩ ମେ’ ୨୦୨୫ରେ ଏକ ଚିଠି ମାଧ୍ୟମରେ ମୁକ୍ତି ମଣ୍ଡପ ପଣ୍ଡିତ ସଭାର ମତାମତ ମାଗିଥିଲୁ, ଯାହାର ଉତ୍ତର ଆମେ ୪ ମେ’ ୨୦୨୫ରେ ପାଇଲୁ।

ଅଧିକ ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିରର ମୂର୍ତ୍ତି ତିଆରି ପାଇଁ ବଳକା ଦାରୁ ବ୍ୟବହାର କରାଯାଇ ନାହିଁ: ଆଇନ ମନ୍ତ୍ରୀ

ମୁକ୍ତି ମଣ୍ଡପ ପଣ୍ଡିତ ସଭା ଉଲ୍ଲେଖ କରିଛନ୍ତି ଯେ, ଶ୍ରୀ ଜଗନ୍ନାଥ ମହାପ୍ରଭୂଙ୍କ ମୂଳ ପୀଠ ହେଉଛି ପୁରୁଷୋତ୍ତମ କ୍ଷେତ୍ର।  ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ମନ୍ଦିରରେ ପ୍ରତିଷ୍ଠିତ ହୋଇଥିବା ଚତୁର୍ଦ୍ଧା ମୂର୍ତ୍ତି ସ୍ଥାପନା କରାଗଲେ ମଧ୍ୟ ସେଭଳି କ୍ଷେତ୍ରକୁ 'ଜଗନ୍ନାଥ ଧାମ', 'ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର, 'ଶ୍ରୀ କ୍ଷେତ୍ର' ଅବା 'ନୀଳାଚଳ ଧାମ' କୁହାଯାଇପାରିବ ନାହିଁ। ତେଣୁ ଦୀଘାରେ ଥିବା ଜଗନ୍ନାଥ ମନ୍ଦିରକୁ ଶ୍ରୀ ଜଗନ୍ନାଥ ଧାମ, ଶ୍ରୀ କ୍ଷେତ୍ର, ପୁରୁଷୋତ୍ତମ କ୍ଷେତ୍ର ଅବା ନୀଳାଚଳ ଧାମ ବୋଲି କୁହାଯାଇପାରିବ ନାହିଁ ଗଜପତି ସ୍ପଷ୍ଟ କରିଛନ୍ତି।

ଅଧିକ ପଢ଼ନ୍ତୁ: ଆମେରିକାର ଫୋନିକ୍ସରେ ଗୁଳିକାଣ୍ଡ, ୩ ମୃତ, ୫ ଆହତ

Digha Jagannath temple | Gajapati Dibyasingh Dev 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe