ବଙ୍ଗ ଭକ୍ତଙ୍କୁ ବାନ୍ଧିପାରିଲାନି ଦୀଘା ରଥଯାତ୍ରା: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଲେ ଛେରାପହଁରା

Advertisment

ପଶ୍ଚିମବଙ୍ଗ ଦୀଘାରେ ଆଜି ଇସ୍କନ୍‌ ପକ୍ଷରୁ ରଥଯାତ୍ରା ପାଳନ କରାଯାଇଛି। ପୂର୍ବାହ୍ନ ୯ଟାରେ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ସାଢ଼େ ୧୧ଟା ବେଳେ ଶ୍ରୀଜିଉମାନେ ରଥାରୂଢ଼ ହୋଇଥିଲେ।

ପଶ୍ଚିମବଙ୍ଗ ଦୀଘାରେ ଆଜି ଇସ୍କନ୍‌ ପକ୍ଷରୁ ରଥଯାତ୍ରା ପାଳନ କରାଯାଇଛି। ପୂର୍ବାହ୍ନ ୯ଟାରେ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ସାଢ଼େ ୧୧ଟା ବେଳେ ଶ୍ରୀଜିଉମାନେ ରଥାରୂଢ଼ ହୋଇଥିଲେ।

fhfshsxbvxxvb

ଦୀଘାରୁ ରିତେନ୍ଦ୍ର ଛାଟୋଇ
ବାଲେଶ୍ବର: ପଶ୍ଚିମବଙ୍ଗ ଦୀଘାରେ ଆଜି ଇସ୍କନ୍‌ ପକ୍ଷରୁ ରଥଯାତ୍ରା ପାଳନ କରାଯାଇଛି। ପୂର୍ବାହ୍ନ ୯ଟାରେ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ସାଢ଼େ ୧୧ଟା ବେଳେ ଶ୍ରୀଜିଉମାନେ ରଥାରୂଢ଼ ହୋଇଥିଲେ। ଅପରାହ୍ଣ ସାଢ଼େ ୨ଟାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଛେରାପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା। ତେବେ ଶ୍ରୀକ୍ଷେତ୍ର ପୁରୀ ପରି ଦୀଘା ରଥଯାତ୍ରାରେ ଠିକଣା ଢଙ୍ଗରେ ନୀତିନିୟମ ପାଳନ ହୋଇ ନଥିବା ଦେଖିବାକୁ ମିଳିଛି। ଏଠାରେ ରଥ ସବୁ ଲୁହାରେ ପ୍ରସ୍ତୁତ ହୋଇଥିବା ବେଳେ ଅଳ୍ପ କିଛି ସ୍ଥାନରେ କାଠ ଲଗାଯାଇଥିବା ଦେଖିବାକୁ ମିଳିଥିଲା। ଜଗନ୍ନାଥ ମନ୍ଦିରରୁ ମାଉସୀ ମା’ ମନ୍ଦିର; ୧ କିମି ଯାଏଁ ଉଭୟ ପାର୍ଶ୍ୱରେ ଶକ୍ତ ବ୍ୟାରିକେଡ୍‌ ଲାଗିଥିଲା। କେବଳ ଅନୁମତିପ୍ରାପ୍ତ ବ୍ୟକ୍ତି ଓ ସୁରକ୍ଷା କର୍ମୀ ରଥ ଟାଣିଥିଲେ। ଇସ୍କନ୍‌ କର୍ମକର୍ତ୍ତା ରାଧାରମଣ ଦାସଙ୍କ ସୂଚନା ମୁତାବକ ବଳଭଦ୍ରଙ୍କ ତାଳଧ୍ବଜ ରଥର ଉଚ୍ଚତା ୨୮ଫୁଟ, ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଉଚ୍ଚତା ୨୬ ଫୁଟ ଓ ସୁଭଦ୍ରାଙ୍କ ଦର୍ପଦଳନ ରଥର ଉଚ୍ଚତା ୨୪ ଫୁଟ ଥିଲା।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଲେ ଛେରାପହଁରା
ପଶ୍ଚିମବଙ୍ଗ ଶ୍ରଦ୍ଧାଳୁ କହିଲେ, ପୁରୀକୁ ସରି ନୁହେଁ
ଲୁହାରଥରେ ମାଉସୀ ଘରକୁ ଗଲେ ମହାପ୍ରଭୁ
ଟାଣିବା ପାଇଁ ବି ଦରକାର ହେଲା ଅନୁମତି

ଆଶା କରାଯାଉଥିଲା ଯେ ଦୀଘା ରଥଯାତ୍ରା ପଶ୍ଚିମବଙ୍ଗର ଶ୍ରଦ୍ଧାଳୁଙ୍କୁ ବାନ୍ଧି ରଖିବ। ହେଲେ ଏଠାରେ ସେପରି କିଛି ହୋଇନି। ଦୀଘାରେ ପ୍ରାୟ ୪୦ରୁ ୫୦ ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଭକ୍ତଙ୍କ ସହ ଆଲୋଚନା ବେଳେ ଜଣାପଡ଼ିଥିଲା ଯେ ଯେଉଁ ଭକ୍ତମାନେ ରଥଯାତ୍ରାରେ ନିୟମିତ ପୁରୀ ଯାଆନ୍ତି, ଏଥର ବି ପୁରୀ ଯାଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ଅଳ୍ପ କିଛି ଭକ୍ତ ଆଜି ଦୀଘା ଆସିଥିଲେ। କୋଲକାତାର ସପନ ହାଲଦାର ଏବଂ ପୁରୁଲିଆର ଗୋବର୍ଦ୍ଧନ ପରମାଣିକ କହିଛନ୍ତି, ପୁରୀ ରଥଯାତ୍ରା ସହ କେଉଁ ରଥଯାତ୍ରା ସରି ହେବନି। ସେଠାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ। ହେଲେ ଏଠାରେ ସେମିତି ଭିଡ଼ ନାହିଁ। ପୁରୀରେ ଯିଏ ଚାହିବ; ରଥ ଟାଣି ପାରିବ। ହେଲେ ଏଠାରେ ରଥ ଟାଣିବା ପାଇଁ ଅନୁମତି ଦରକାର ପଡ଼ିଛି। ଯାହା ଅତ୍ୟନ୍ତ ଦୁଃଖଦାୟକ। ଉଲ୍ଲେଖଥାଉକି, ଦୀଘାରେ ଶ୍ରୀଜଗନ୍ନାଥଙ୍କ ଭବ୍ୟ ମନ୍ଦିର ନିର୍ମାଣ କରି ପଶ୍ଚିମବଙ୍ଗ ସରକାର ଏହାକୁ ଶ୍ରୀଜଗନ୍ନାଥ ଧାମ ଭାବେ ନାମକରଣ କରିଛନ୍ତି। ଯାହାକୁ ନେଇ ବିବାଦ ଦେଖାଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe