ଡିଜିଟାଲ୍‌ ଆରେଷ୍ଟ ଓ ଇନ୍‌ଭେଷ୍ଟମେଣ୍ଟ୍‌ ଠକେଇ ମାମଲା: ମଧ୍ୟପ୍ରଦେଶରୁ ୨ ଅଭିଯୁକ୍ତଙ୍କୁ ବାନ୍ଧିଲା କ୍ରାଇମ୍‌ବ୍ରାଞ୍ଚ

Advertisment

ଡିଜିଟାଲ୍‌ ଆରେଷ୍ଟ ଓ ଇନ୍‌ଭେଷ୍ଟମେଣ୍ଟ ଠକେଇ ମାମଲାରେ ମଧ୍ୟପ୍ରଦେଶର ଉଜ୍ଜୟିନୀରୁ ଦୁଇ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। କ୍ରାଇମବ୍ରାଞ୍ଚର ସାଇବର୍‌ କ୍ରାଇମ୍‌ ୟୁନିଟ୍‌ ୧.୦୬ କୋଟି ଟଙ୍କାର ଠକେଇ...

ଡିଜିଟାଲ୍‌ ଆରେଷ୍ଟ ଓ ଇନ୍‌ଭେଷ୍ଟମେଣ୍ଟ ଠକେଇ ମାମଲାରେ ମଧ୍ୟପ୍ରଦେଶର ଉଜ୍ଜୟିନୀରୁ ଦୁଇ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। କ୍ରାଇମବ୍ରାଞ୍ଚର ସାଇବର୍‌ କ୍ରାଇମ୍‌ ୟୁନିଟ୍‌ ୧.୦୬ କୋଟି ଟଙ୍କାର ଠକେଇ...

dgdgdgdg

କଟକ: ଡିଜିଟାଲ୍‌ ଆରେଷ୍ଟ ଓ ଇନ୍‌ଭେଷ୍ଟମେଣ୍ଟ ଠକେଇ ମାମଲାରେ ମଧ୍ୟପ୍ରଦେଶର ଉଜ୍ଜୟିନୀରୁ ଦୁଇ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। କ୍ରାଇମବ୍ରାଞ୍ଚର ସାଇବର୍‌ କ୍ରାଇମ୍‌ ୟୁନିଟ୍‌ ୧.୦୬ କୋଟି ଟଙ୍କାର ଠକେଇ ମାମଲାରେ ଉଜ୍ଜୟିନୀ ଅନ୍ତର୍ଗତ ନଗ୍‌ଡା ବାସିନ୍ଦା ସଚିନ୍‌ କୋଲାନ୍‌କୁ ଗିରଫ କରି କୋର୍ଟ ଚାଲାଣ କରିଛି। ୧.୦୬ କୋଟି ଟଙ୍କାର ଠକେଇ ଅର୍ଥରୁ ୮.୮୨ ଲକ୍ଷ ଟଙ୍କା ସଚିନ୍‌ର ବ୍ୟାଙ୍କ ଖାତାକୁ ସ୍ଥାନାନ୍ତର ହୋଇଥିଲା। ସେହିଭଳି ସାଇବର୍‌ କ୍ରାଇମ୍‌ ୟୁନିଟ୍‌ ୨.୫୮ କୋଟି ଠକେଇ ମାମଲାରେ ଉଜ୍ଜୟିନୀ ଖୁଦିରାମ୍‌ ବୋଷ୍ ମାର୍ଗର ଗଳି ନମ୍ବର-୩, ଗୁଡ଼ରି ଚଉରାହାର ସମୀର ଅଲ୍ଲୀକୁ ଗିରଫ କରିଛି। ୨.୫୮ କୋଟି ଟଙ୍କା ମଧ୍ୟରୁ ୩୪,୯୦,୦୨୮ ଟଙ୍କା ସମୀରର ବ୍ୟାଙ୍କ ଖାତାକୁ ସ୍ଥାନାନ୍ତର ହୋଇଥିଲା।

ସମୀରକୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି। କ୍ରାଇମବ୍ରାଞ୍ଚ ଦଳ ସଫଳତାର ସହ ଏହି ଠକେଇ ମାମଲା ଦୁଇଟିର ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା। ଇନ୍ସପେକ୍ଟର୍‌ ଗୀତାଞ୍ଜଳି ଜେନାଙ୍କ ନେୃତୃତ୍ବରେ ଏକ ଦଳ ମଧ୍ୟପ୍ରଦେଶ ଯାଇ ଅଭିଯୁକ୍ତ ସଚିନ ଓ ସମୀରକୁ ଗିରଫ କରିଥିଲେ। ପୂର୍ବରୁ ଏହି ମାମଲାରେ କ୍ରାଇମବ୍ରାଞ୍ଚ ଅନ୍ୟ ୫ଜଣଙ୍କୁ ଗିରଫ କରିସାରିଛି। ତାମିଲନାଡ଼ୁ, ରାଜସ୍ଥାନର ହନୁମାନଗଡ଼, ଗୁଜରାଟର ସୁରତରୁ ଜଣେ ଲେଖାଏ ଓ କେରଳରୁ ଦୁଇ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ବେଳେ ଏହି ଅଭିଯୁକ୍ତମାନେ ଏବେ ଜେଲରେ ଅଛନ୍ତି। ସୂଚନାଥାଉକି, ଭୁବନେଶ୍ବରର ଜଣେ ବରିଷ୍ଠ ବୈଜ୍ଞାନିକଙ୍କ ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚ ୨୦୨୪ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତମାନଙ୍କୁ ଭିନ୍ନ ଭିନ୍ନ ସ୍ଥାନରୁ ଗିରଫ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe