ଚିଟ୍‌ଫଣ୍ଡ ଜମାକାରୀଙ୍କ ଡିଜିଟାଲ୍‌ ଆନ୍ଦୋଳନ: ‘ପଞ୍ଚାୟତ ନିର୍ବାଚନରେ ଜବାବ୍‌ ଦେବୁ’

ଚିଟ୍‌ଫଣ୍ଡ ଜମାକାରୀଙ୍କ ଡିଜିଟାଲ୍‌ ଆନ୍ଦୋଳନ: ‘ପଞ୍ଚାୟତ ନିର୍ବାଚନରେ ଜବାବ୍‌ ଦେବୁ’

ବରଗଡ଼ : ଶୁକ୍ରବାର ଆର୍ଥିକ ସଂସ୍ଥାଗୁଡ଼ିକ ଦ୍ବାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚ ଆହ୍ବାନ କ୍ରମେ ବରଗଡ଼ ଜିଲ୍ଲାର ସମସ୍ତ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଜମାକାରୀମାନେ ଡିଜିଟାଲ ଆନ୍ଦୋଳନ କରିଛନ୍ତି। ଆନ୍ଦୋଳନରେ ସାଇ ପ୍ରକାଶ, ସାଇ ପ୍ରସାଦ, ସିସୋର, ରୋଜ୍‌ଭେଲି, ପି ସିଏଲ୍, ପିଆଇସିଲ୍, ଏଟି ଗ୍ରୁପ୍, ଏସ୍‌କେ ଇଣ୍ଡିଆ, କଲିକତା ବଜାର, ଲୋ କିଟ୍ ଭାରତୀ, ସମୃଦ୍ଧି ଜୀବନ, ଏସ୍‌ଟିଏମ୍‌ଜି, ସାହାରା ଏବଂ ଜିଲ୍ଲାର ବିଭିନ୍ନ କମ୍ପାନୀରେ ଟଙ୍କ‌ା ହରାଇଥିବା ଜମାକାରୀ ସାମିଲ ଥିଲେ। ଗତ ୯ବର୍ଷ ହେଲା ସରକାର ଦୁଇଟି କମିସନ  ଗଠନ କରି ନିର୍ବାଚନ ସମୟରେ ଜମାକାରୀଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଭୋଟ୍ ଆଦାୟ କରିଛନ୍ତି। କିନ୍ତୁ ଜମାକାରୀ ମାନେ ଆଗାମୀ ପଞ୍ଚାୟତ ନିର୍ବାଚନରେ ସରକାରଙ୍କୁ ଭୋଟ୍‌ ମାଧ୍ୟମରେ ଉଚିତ୍ ଜବାବ ଦେବେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣ ଦେବେ ବୋଲି ଜମାକାରୀ ଚେତାବନୀ ଦେଇଛନ୍ତି।

ଆନ୍ଦୋଳନରେ କେନ୍ଦ୍ରୀୟ ମିଳିତ ମଞ୍ଚ ସଭ୍ୟ ରମେଶ ମହାପାତ୍ର, ଜିଲ୍ଲା ସଂଯୋଜକ ସୁଶାନ୍ତ ମହାପାତ୍ର, ଶତ୍ରୁଘ୍ନ ମହାକୁର, ଲୋକନାଥ ଜାଲ, ସନାତନ ମହାନନ୍ଦ, ଗୋକୁଲା ସାହୁ, ନରେନ୍ଦ୍ର ତରିଆ, ଇନ୍ଦ୍ରମଣି ଦୁବେ, ବିବେକା ବାଗ, ଲୋକନାଥ ଦଣ୍ଡ ସେନା, ଡୋଳାମଣି ସାହା, କୃଷ୍ଣଚନ୍ଦ୍ର ପଣ୍ଡା, ସୁବାସ ମେହେର ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe