ଏଣିକି ସରକାରୀ ଅଫିସରେ ଡିଜିଟାଲ୍‌ ପେମେଣ୍ଟ

ନଭେମ୍ବରରେ ଭାରତରେ ଦିନକୁ ୨୫ ହଜାର କୋଟି ଟଙ୍କାର ହୋଇଛି ଅନଲାଇନ ପେମେଣ୍ଟ 

ଭୁବନେଶ୍ୱର : ଏଣିକି ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟରେ ଡିଜିଟାଲ୍‌ ପେମେଣ୍ଟ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଆଜି ଏ ନେଇ ଅର୍ଥ ବିଭାଗ ଏକ ମାର୍ଗଦର୍ଶିକା ପ୍ରକାଶ କରିଛି। ଏଭଳି ଏକ ପ୍ରସ୍ତାବକୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ମଞ୍ଜୁରି ଦେଇଛନ୍ତିି।

ଏ ନେଇ ଅର୍ଥ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ତୁହିନାକାନ୍ତ ପାଣ୍ଡେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଓ ଏଜେନ୍ସି ବ୍ୟାଙ୍କଗୁଡିକୁ ପତ୍ର ଲେଖିଛନ୍ତି। ଏଣିକି ସରକାରୀ କାର୍ଯ୍ୟାଳୟରେ ଜନସାଧାରଣ ଓ ହିତାଧିକାରୀମାନେ ଡେବିଟ୍‌ କାର୍ଡ, ଭୀମ୍‌ ଆପ୍‌, ଆଧାର ସଂଯୁକ୍ତ ଦେୟ ବ୍ୟବସ୍ଥା ମାଧ୍ୟମରେ ସରକାରୀ ଅର୍ଥ ପୈଠ କରିପାରିବେ। ଏଥିପାଇଁ ବିଭାଗଗୁଡ଼ିକ ୨ଟି ଭିନ୍ନ ଭିନ୍ନ ବ୍ୟାଙ୍କର ପଏଣ୍ଟ ଅଫ୍‌ ସେଲ୍‌(ପସ୍‌) ମେସିନ ବ୍ୟବହାର କରିପାରିବେ। ଡିଜିଟାଲ୍‌ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଅର୍ଥ ବିଭାଗ ଏଭଳି ନଗଦବିହୀନ ବ୍ୟବସ୍ଥା ପାଇଁ ନିର୍ଦେଶନାମା ଜାରି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe