ରାଉରକେଲା: ପ୍ରଖ୍ୟାତ ହିନ୍ଦୀ ୱେବସିରିଜ୍ ‘ଦି ଫ୍ୟାମିଲି ମ୍ୟାନ୍’ର ମୁଖ୍ୟ ଚରିତ୍ର ଉଭୟ ଚାକିରୀ ଜୀବନ ଓ ବ୍ୟକ୍ତିଗତ ଜୀବନରେ ଉନ୍ନତ ସାମଞ୍ଜସ୍ୟ ରଖି ଉଭୟ କ୍ଷେତ୍ରରେ ନିଜର ସର୍ବୋତ୍କୃଷ୍ଟ ପ୍ରଦର୍ଶନ କରିଥାନ୍ତି। ଦିଲୀପଙ୍କ ଜୀବନକୁ ଅବଲୋକନ କଲେ ତାଙ୍କ ପାଇଁ ମଧ୍ୟ ‘ଦି ଅରିଜିନାଲ ଫ୍ୟାମିଲି ମ୍ୟାନ୍’ ଉପାଧି ଟି ପ୍ରଜୁଯ୍ୟ। ଏ କଥାରେ ଦିଲୀପଙ୍କ ପତ୍ନୀ ମୀରା ତିର୍କୀ ମଧ୍ୟ ସମ୍ମତି ପ୍ରକାଶ କରିଛନ୍ତି। ଦିଲୀପଙ୍କୁ ଏଭଳି ଗୁରୁଦାୟିତ୍ବ ମିଳିବାପରେ ‘ସମ୍ବାଦ’କୁ ପ୍ରତିକ୍ରିୟା ଦେଇ କହିଲେ, ବ୍ୟକ୍ତିଗତଭାବେ ବେଶ୍ ଖୁସି। ଏହି ନିଯୁକ୍ତ ତାଙ୍କ ସମେତ ସମଗ୍ର ଓଡ଼ିଶା ପାଇଁ ନୂଆ ଅଧ୍ୟାୟ ସୃଷ୍ଟି କରିଛି।
ଓଡ଼ିଆ ହକି ସମେତ ଭାରତୀୟ ହକିକୁ ବିଶ୍ବ ଦରବାରରେ ଏକ ସ୍ବତନ୍ତ୍ର ପରିଚୟ ଦେଇଛନ୍ତି ରାଜ୍ୟ ସରକାର। ଦିଲୀପଙ୍କ ନିଯୁକ୍ତି ପରେ ଆହୁରି ଅନେକ ଉପଲବ୍ଧି ହାସଲ ହେବ। କହିଲେ, ଦିଲୀପ ପ୍ରାୟ ସମୟରେ ବ୍ୟସ୍ତ ରହିଥାନ୍ତି। କମ୍ ସମୟ ପାଇଁ ହେଉ ପଛେ କିନ୍ତୁ ମୂଲବାନ ସମୟ କଟାଇଥାନ୍ତି। ମୋ’ ସହ, ପୁଅ ଜୟେଶ୍ ସହ ସମୟ ବିତାଇବାକୁ ବେଶ୍ ଭଲ ପାଆନ୍ତି। ତାଙ୍କର କାର୍ଯ୍ୟବ୍ୟସ୍ତତା ଯୋଗୁଁ ମୁଁ ବି ଅଧିକ ସମୟ ମାଗେନି। କିନ୍ତୁ ପ୍ରତ୍ୟେକ ପାରିବାରିକ କାର୍ଯ୍ୟକ୍ରମ, ଯଥା, ବିବାହ ବାର୍ଷିକି, ଜନ୍ମଦିବସ ପାଳନରେ ଉପସ୍ଥିତି ରୁହନ୍ତି। ସର୍ପ୍ରାଇଜ୍ ବି ଦିଅନ୍ତି। ତେବେ ସେ ବ୍ୟକ୍ତିଗତଭାବେ ଉପସ୍ଥିତ ରହିବା ହିଁ ମୋ’ ପାଇଁ ଶ୍ରେଷ୍ଠ ଉପହାର। ଶେଷଥର ପାଇଁ ୨୦୧୮ ମସିହାରେ ‘ସଞ୍ଜୁ’ ଫିଲ୍ମ ଦେଖିବାକୁ ସିନେମା ହଲ୍କୁ ଯାଇଥିଲୁ ବୋଲି କହିଛନ୍ତି ଶ୍ରୀମତି ତିର୍କୀ।
Follow Us