ପ୍ରଧାନମନ୍ତ୍ରୀଙ୍କୁ ଦିଲୀପଙ୍କ କୃତଜ୍ଞତା!

Advertisment
ପ୍ରଧାନମନ୍ତ୍ରୀଙ୍କୁ ଦିଲୀପଙ୍କ କୃତଜ୍ଞତା!

Odisha Sun Times

ରାଉରକେଲା : ଆଇଜିଏଚ ସୁପର ସ୍ପେସିଆଲିଟି ହସ୍ପିଟାଲ ଓ ମେଡିକାଲ କଲେଜ ଏବଂ ବ୍ରାହ୍ମଣୀ ଦ୍ବିତୀୟ ସେତୁ ଦାବି କେନ୍ଦ୍ର ସରକାର ପୂରଣ କରିଥିବାରୁ ରାଉରକେଲାର ପୂର୍ବତନ ବିଧାୟକ ଦିଲୀପ ରାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇ ଏକ ପ୍ରେସ୍ ବିଜ୍ଞପ୍ତି ଗଣମାଧ୍ୟମ ଜରିଆରେ ପ୍ରସାରିତ କରାଇଥିବା ଜଣାଯାଇଛି। ନିକଟ ଅତୀତରେ ସେ ବି‌ଜେପି ବିଧାୟକ ପଦରୁ ଇସ୍ତଫା ଦେବା ସହ ଦଳ ଠାରୁ ସମସ୍ତ ସମ୍ପର୍କ ଛିନ୍ନ କରିବା ଏବଂ କିଛି ଦିନ ପୂର୍ବେ ତାଙ୍କ ଅନୁଗାମୀଙ୍କୁ ନେଇ କରିଥିବା ସଭାରେ ପରୋକ୍ଷରେ ବିଜେପିକୁ ଭୋଟ ନ ଦେବା ପାଇଁ ଆହ୍ବାନ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ତାଙ୍କର ଏହି ବିବୃତ୍ତିର ଗୁରୁତ୍ବ ରହିବ ବୋଲି ଆକଳନ କରାଯାଉଛି। ଚିଠି ସହିତ ସଂଲଗ୍ନ ନଥିରୁ ଜଣାଯାଇଛି ଯେ, ଗତ ୨୦୧୯ ଫେବ୍ରୁଆରି ୨୧ ତାରିଖ ଦିନ ସୁପର ସ୍ପେସିଆଲିଟି ହସ୍ପିଟାଲ୍‌ ପାଇଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଜରିଆରେ ୧୦୫.୭୫ କୋଟି ଟଙ୍କା କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ସେଲ୍‌କୁ ହସ୍ତାନ୍ତରିତ କରିଛି। ତେବେ ଏ ନେଇ ଶ୍ରୀ ରାୟଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ହେଁ ସେ ବିଦେଶ ଗସ୍ତରେ ଥିବାରୁ ତାହା ସମ୍ଭବ ହୋଇ ନଥିବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe