ବିଜେପିକୁ ଫେରିବାକୁ ଦିଲୀପ ରାୟଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

Advertisment
ବିଜେପିକୁ ଫେରିବାକୁ ଦିଲୀପ ରାୟଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

ରାଉରକେଲା : କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଆଜି ରାଉରକେଲାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଉରକେଲାର ପୂର୍ବତନ ବିଧାୟକ ଦିଲୀପ ରାୟଙ୍କୁ ଅନୁରୋଧ କରିଛନ୍ତି କି ସେ ପୁଣି ଦଳକୁ ଫେରନ୍ତୁ । ରାଉରକେଲାରେ ସାମ୍ବାଦିକ ସମ୍ମିଳନୀ କରି ଜୁଏଲ କହିଛନ୍ତି କି, ବିଜେପି ପାଇଁ ପ୍ରଚାର କରିପାରନ୍ତି ରାଉରକେଲାର ପୂର୍ବତନ ବିଧାୟକ ଦିଲୀପ ରାୟ । ଏପରିକି ଦିଲୀପ ରାୟଙ୍କ ସମସ୍ତ ଦାବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାନି ନେଇଥିବା ସେ ସୂଚନା ଦେଇଛନ୍ତି ।

ଜୁଏଲ ଆହୁରି ମଧ୍ୟ କହିଛନ୍ତି ଯେ ଦିଲୀପ ବାବୁ ଭାରତୀୟ ଜନତା ପାର୍ଟିରେ ଥିଲେ। ବ୍ରାହ୍ମଣୀରେ ଦ୍ୱିତୀୟ ସେତୁ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲର କାର୍ଯ୍ୟ ଚାଲିଛି। ଦିଲୀପ ବାବୁ ଏ ସମ୍ପର୍କିତ ପେମେଣ୍ଟର ତଥ୍ୟ ମାଗିଥିଲେ। ସେ ସଂପର୍କିତ ସବୁ ତଥ୍ୟ ଦେଲା ପରେ ତାକୁ ସ୍ୱାଗତ କରିଛନ୍ତି ଦିଲୀପ ରାୟ। ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜୁଏଲ ସେଥିପାଇଁ ଦିଲୀପ ରାୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।

publive-image photo-outlook india

ସେ ଏହି ନିର୍ବାଚନରେ ବିଜେପିକୁ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଏହି ଅବସରରେ ଜୁଏଲ୍‌ ସୂଚନା ଦେଇଥିଲେ ଆସନ୍ତା ୧୫ ତାରିଖ ଦିନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଉରକେଲା ଗସ୍ତରେ ଆସିବେ। ଏରୋଡ୍ରମ ନିକଟ ପଡ଼ିଆରେ ସାଧାରଣ ସଭା ହେବ ବୋଲି ଜୁଏଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe