ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଭେଟିଲେ ଦିଲ୍ଲୀପ ତିର୍କିି

ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଭେଟିଲେ ଦିଲ୍ଲୀପ ତିର୍କିି

ଝାରସୁଗୁଡ଼ା : ଭାରତୀୟ ହକି ସଂଘର ସଭାପତି ଡ. ଦିଲ୍ଲୀପ ତିର୍କି ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେଙ୍କୁ ଭେଟି ଜିଲ୍ଲାରେ ହକିର ପ୍ରଚାର ପ୍ରସାର ନେଇ ଆଲୋଚନା କରିଥିଲେ। ଝାରସୁଗୁଡ଼ାରେ ଏକ ଆଷ୍ଟ୍ରୋ ଟର୍ଫ ହକି ପଡ଼ିଆ ନିର୍ମାଣ ହେଲେ ଏଠାରୁ ଅଧିକରୁ ଅଧିକ ଖେଳାଳି ରାଜ୍ୟସ୍ତରରେ ପ୍ରତିନିଧିତ୍ବ କରିପାରିବେ ବୋଲି ଡ. ତିର୍କି ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ।

ତେବେ ବର୍ତ୍ତମାନ ଜିଲ୍ଲାରେ ଅଧିକରୁ ଅଧିକ ଖେଳାଳି ହକି ପାଇଁ ଆଗ୍ରହୀ ଥିବାରୁ ଏଠାରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ଶ୍ରୀମତୀ ନରୱଣେ ପ୍ରତିଶ୍ରୁତି ଦେଇଥିଲେ। ଏହି ସମୟରେ ଜିଲ୍ଲା ହକି ସଂଘର ସମ୍ପାଦକ ତଥା ଉପଜିଲ୍ଲାପାଳ ଲଙ୍କେଶ୍ବର ଅମାତ ଓ ହକି ଓଡ଼ିଶାର ଉପସଭାପତି ଜୀବନ ମହାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe