ଭୁବନେଶ୍ବର : ୧୯୯୦ ବ୍ୟାଚ୍ର ଓଡ଼ିଆ ଆଇଏଫ୍ଏସ୍ ଅଫିସର ଦୀନେଶ ପଟ୍ଟନାୟକ ସ୍ପେନ୍ରେ ଭାରତର ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ପାଇଛନ୍ତି। ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ଜାରି ଏକ ବିବୃତିରେ ସୂଚନା ଦିଆଯାଇଛି। ବର୍ତ୍ତମାନ ଶ୍ରୀ ପଟ୍ଟନାୟକ ଇଣ୍ଡିଆନ୍ କାଉନ୍ସିଲ୍ ଫର୍ କଲ୍ଚରାଲ୍ ରିଲେସନ୍ (ଆଇସିସିଆର୍)ର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କ ଘର ବଲାଙ୍ଗୀର ଜିଲ୍ଲାରେ।
ଦୀନେଶ ପଟ୍ଟନାୟକ ହେଲେ ସ୍ପେନ୍ରେ ଭାରତର ରାଷ୍ଟ୍ରଦୂତ
Advertisment
Follow Us